Advertisment

ଏୟାର ଆମ୍ବୁଲାନ୍ସ ରୋଗୀ ନୁହେଁ ଅଯଥାରେ ଡାକ୍ତରଙ୍କୁ ବୋହୁଛନ୍ତି ସରକାର: ବିଜେପି

ଏହି ଯୋଜନା କେବଳ ବିଛିନ୍ନାଞ୍ଚଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବୋଲି ସେ କହିଛନ୍ତି।

Air Ambulance

Air Ambulance

Advertisment

ବାୟୁ ସ୍ୱାସ୍ଥ୍ୟସେବା ଉପରେ ବିଜେପିର ପ୍ରଶ୍ନ। ଏୟାର ଆମ୍ବୁଲାନ୍ସ ରୋଗୀ ନୁହେଁ ଅଯଥାରେ ଡାକ୍ତରଙ୍କୁ ବୋହୁଛି ବୋଲି ବିଜେପି ନେତା ବଳଭଦ୍ର ମାଝି ଅଭିଯୋଗ ଆଣିଛନ୍ତି। ଗତ ୧୫ ଓ ୧୬ ତାରିଖରେ ଡାକ୍ତରୀ ଦଳ ନବରଙ୍ଗପୁର ଗସ୍ତ କରି ଚିକିତ୍ସା କରାଇବା ନେଇ ତଥ୍ୟ ଉପସ୍ଥାପନ ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ଡାକ୍ତରୀ ଦଳ ୧୫ରେ ଗଲେ ଓ ୧୬ ତାରିଖରେ ଫେରି ଆସିଲେ। ଗସ୍ତ କାଳରେ ସେଠାରେ କେବଳ ରକ୍ତ ପରୀକ୍ଷା, ହାଇଡ୍ରୋସିଲ୍ ପରୀକ୍ଷା, ଇସିଜି, ଏକ୍ସ-ରେ ଓ ଏଣ୍ଡୋସ୍କୋପି ଭଳି ପରୀକ୍ଷା କଲେ। ତେବେ ଏଇମାତ୍ର ପରୀକ୍ଷା ନିରୀକ୍ଷା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯିବାର କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରେ ୧୬୫ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ଅନ୍ୟ ଷ୍ଟାଫ କଥା ତ ଛାଡ଼ନ୍ତୁ। ଏଣୁ ଏହି ଯୋଜନା କେବଳ ବିଛିନ୍ନାଞ୍ଚଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବୋଲି ସେ କହିଛନ୍ତି। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Air Ambulance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ