Advertisment

ଜିଲ୍ଲାପାଳ ଅଧା କଥା କହି ଅଧା ଲୁଚାଉଛନ୍ତି: ବିଜୟ ମହାପାତ୍ର

୨୦ ଫୁଟ ଗାତ ଖୋଳିବା ଏହି ସନ୍ଦେହକୁ ଅଧିକ ଘନୀଭୂତ କରିଛି ବୋଲି ସେ କହିଛନ୍ତି।

ଅଦ୍ୟତନ ହୋଇଛି
Jagannath Temple

Jagannath Temple

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଶ୍ରୀମନ୍ଦିର ପାଖରେ ୨୦ ଫୁଟ ଗାତ ଖୋଳିଲେ ଶ୍ରୀମନ୍ଦିର ଓ ମେଘନାଦ ପ୍ରାଚୀର ପ୍ରତି ବିପଦ ସୃଷ୍ଟି ହେବ। ତେଣୁ ପରିକ୍ରମା ଯୋଜନା ଏବେ ବିବାଦ ଘେରକୁ ଆସିଛି ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପ୍ରତି ବିପଦ ଦେଖା ଦେଲେ ସମସ୍ତଙ୍କ ସ୍ୱର ଶାଣିତ ହେବ। ଜିଲ୍ଲାପାଳ ଅଧା କଥା କହି ଅଧା ଲୁଚାଉଛନ୍ତି। ଅଗଷ୍ଟ ୧୭ରେ NMA ସାମ୍ନାରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକଳ୍ପନା ଯୋଜନାର ଏକ ପ୍ରେଜେଣ୍ଟସେନ ଦେଇଥିଲେ।

Advertisment

ଏହାପରେ ପ୍ରକଳ୍ପ ନିର୍ମାଣ ପାଇଁ ସର୍ତ୍ତ ମୂଳକ ଅନୁମତି ଦେଇଥିଲେ NMA।  ତେବେ ସର୍ତ୍ତରେ କଣ କଣ ରହିଥିଲା ତାହା ଗଣମାଧ୍ୟମ ସାମ୍ନାରେ ଅଧା କହିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ବିବୃତି ସନ୍ଦେହ ସୃଷ୍ଟି କରିଛି ଏବଂ ୨୦ ଫୁଟ ଗାତ ଖୋଳିବା ଏହି ସନ୍ଦେହକୁ ଅଧିକ ଘନୀଭୂତ କରିଛି ବୋଲି କହିଛନ୍ତି ବିଜୟ ମହାପାତ୍ର।

ତେଣୁ ଏକ ବିଶେଷଜ୍ଞ କମିଟି ଗଠନ କରି ୧୫ ଦିନ ଭିତରେ ରିପୋର୍ଟକୁ ସାର୍ବଜନୀନ କରାଯାଉ। ପ୍ରକଳ୍ପ କେଉଁ ମଡେଲରେ ହେବ ତାହା ସାର୍ବଜନୀନ ହେଉ  ଠିକାଦାର ପ୍ରୀତି ନ ରହୁ। ଯେଉଁମାନେ ଏହି କାର୍ଯ୍ୟର ଦାୟିତ୍ୱରେ ରହିଛନ୍ତି ସେମାନେ ଚକ୍ରାନ୍ତ କରୁଥିବା କହିଛନ୍ତି ବିଜୟ। ପୁରୀ ଜିଲ୍ଲାପାଳ ଯେବେ ସାମ୍ବାଦିକ ସମ୍ମିଳନୀ କଲେ ସେହି ସମୟରେ କାହିଁକି ASI ର ଦୁଇ ଅଧିକାରୀ ଙ୍କୁ ବସାଇଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ଯଦି ମନ୍ଦିର ପ୍ରତି କିଛି ବିପଦ ହୁଏ ତେବେ ASI ମଧ୍ୟ ଦାୟୀ ରହିବ। ମନ୍ଦିର ପରିଚାଳନା କେମିତି ହେଉଛି ତାହାର ବାର୍ଷିକ ରିପୋର୍ଟ ବିଧାନସଭାକୁ ଦୀର୍ଘ ୨୦ ବର୍ଷ ହେବ ଦିଆଯାଇନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

ତେବେ ଗତକାଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଥିଲେ ପ୍ରାୟ ସବୁ ନିର୍ମାଣକୁ ଅନୁମତି ମିଳିଛି। ତେବେ ରିଭାଇଜ୍ଡ ପ୍ରପୋଜାଲ ପାଇଁ NMA ଆମକୁ କହିଥିଲେ। ଦେଢ ମାସ ପୂର୍ବରୁ ପ୍ରପୋଜାଲ୍ ଦିଆଯାଇଛି। ସବୁ ନିର୍ମାଣକୁ ଅନୁମତି ମିଳିଯିବ ବୋଲି ସେ କହିଥିଲେ। ତେବେ ବିଜୟଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ କି ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।  

Advertisment
BJP Shree Jagannatha Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ