Advertisment

ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଝାରସୁଗୁଡ଼ାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
BJD MLA Kishore Mohanty

BJD MLA Kishore Mohanty

Advertisment

ଝାରସୁଗୁଡା: ବରିଷ୍ଠ ବିଜେଡି ନେତା ତଥା  ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ଘଟିଛି। ସେଥିଲେ ବିଧାନସଭାର ପୂର୍ବତନ ବାଚସ୍ପତି, ସରକାରୀ ଦଳର ମୁଖ୍ୟ ସଚେତକ ତଥା ପଶ୍ଚିମ ଓଡ଼ିଶାର ଦକ୍ଷ ରାଜନୈତିକ ଚେହେରା। କିଶୋର ମହାନ୍ତିଙ୍କ ହୃୃଦଘାତ ଜନିତ ଚିକିତ୍ସା ବେଳେ ପରଲୋକ ଘଟିଥିବା ସୂଚନା ମିଳିଛି। 

Advertisment

ଏକ ଶୋକ ସଭାରେ ସେ ଯୋଗ ଦେବା ପାଇଁ ସେ ଯାଇଥିଲେ। ସେଠାରୁ ଆସିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ।   ଝାରସୁଗୁଡ଼ାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ସୂଚନା ମିଳିଛି। ସ୍ୱର୍ଗତ କିଶୋର ମହାନ୍ତି ଝାରସୁଗୁଡ଼ାରୁ ୩ ଥର ବିଧାୟକ ଥିଲେ। ଚଳିତ ଥର ସେ ବ୍ରଜରାଜନଗରରୁ ବିଧାୟକ ଥିଲେ। ସେ ୨୦୦୯ରୁ ୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ। 

ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି- ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଆମ ଦଳର ଜଣେ ଦକ୍ଷ ନେତା ତଥା ଜନପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।

Advertisment

Jharsuguda BJD MLA Brajrajnagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ