• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ପାଇଁ ତାଙ୍କ ପରିବାର ଲୋକ ଆଜି ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ରୁଚିକାଙ୍କ ମା ବିଦ୍ୟୁତ ଲତା ମହାନ୍ତି ଏହି ଧାରଣାରେ ବସିଛନ୍ତି । ଗତକାଲି ବିଜେବି କଲେଜ ସମ୍ମୁଖରେ ପ୍ରତିବାଦ କରୁଥିବା ବେଳେ ପୋଲିସ ରୁଚିକାଙ୍କ ମାଙ୍କ ସହ ଅନ୍ୟ ବିକ୍ଷୋଭକାରୀମାନଙ୍କୁ ଉଠାଇ ନେଇଥିଲା ।

ଅନ୍ୟପକ୍ଷେ, ନ୍ୟାୟ ବଦଳରେ ଅସହାୟ ମାଆର ସ୍ୱର ଚାପି ଦେଇଥିବା ଅଭିଯୋଗ । ଦିନ ୧୦ଟା ବେଳେ ବିଜେବି କଲେଜ ଆଗରେ ଧାରଣାରତ ରୁଚିକାଙ୍କ ମାକୁ ପୋଲିସ ଘୋଷାରୀ ଘୋଷାରୀ ନେବାର ଦୃଶ୍ୟ ବେଶ୍‌ ହୃଦୟବିଦାରକ ଥିଲା। ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ । ରୁଚିକାଙ୍କ ମାଆଙ୍କ ସମେତ ସମସ୍ତ ଆନ୍ଦୋଳନରତ ଛାତ୍ରଛାତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ବି ଉଠାଇ ନେଇଥିଲା । ପୂର୍ବରୁ ସକାଳୁ ସକାଳୁ ଧାରଣାସ୍ଥଳର ଟେଣ୍ଟ ଭାଙ୍ଗି ଦେଇଥିଲା ପୋଲିସ । ଆନ୍ଦୋଳନକାରୀ ଧାରଣାରେ ବସିବାକୁ ଗେଟ ସମ୍ମୁଖରେ ପହଞ୍ଚିବା କ୍ଷଣି କାହାକୁ ଟେକି ନେଇଥିଲେ ତ ଆଉ କାହାକୁ ରାସ୍ତାରେ ଘୋଷାରି ଘୋଷାରି ନେଇ ଗାଡି ଭର୍ତ୍ତି କରିଥିଲେ ପୋଲିସ ।

ଏ

ତେବେ ରୁଚିକାଙ୍କ ମାଆଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନିନ୍ଦା ଏବଂ ରୁଚିକାଙ୍କୁ ନ୍ୟାୟ ଦାବିରେ ଗତକାଲି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲା ଏବିଭିପି । ବିଧାନସଭା ଆଡକୁ ଯିବା ବେଳେ ଲୋୟର ପିଏମଜି ଠାରେ ପୋଲିସ ଅଟକାଇବାରୁ ଛାତ୍ରଛାତ୍ରୀଙ୍କ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।