Mayurbhanjs Binjhua tassar silk loses market, weavers force to change occupation
ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଜୁଆ ଗାଁ । ଟସର ପାଟ ଶିଳ୍ପ ପାଇଁ ସୁନାମ ରହିଛି । ଏହି ଗାଁର ଟସର ପାଟ ବିଦେଶରେ ମଧ୍ୟ ଆଦୃତ । ୧୯୭୬ ରେ ଓଡ଼ିଶା ସରକାର ହସ୍ତତନ୍ତ ଶିଳ୍ପର ବିକାଶ ତଥା ବୁଣାକାରମାନଙ୍କୁ ପ୍ରୋତ୍ସାହନ ପାଇଁ ଗାଁରେ ଟସର ସହଯୋଗ ସମିତି ପ୍ରତିଷ୍ଠା କରିଥିଲେ । କିନ୍ତୁ ତାହା ଏବେ ଭୂତକୋଠି ପାଲଟିଛି ।
ଦିନେ ଟସରକୁ ନେଇ ପରିଚୟ ସୃଷ୍ଟି କରିଥିବା ବିଞ୍ଜୁଆ ବର୍ତ୍ତମାନ ନିଜ ଅସ୍ତିତ୍ୱ ହରାଇ ସାରିଛି । ନା କାଠ ତନ୍ତ୍ରର ଖଡଖଡ ଶବ୍ଦ ଶୁଣା ଯାଉଛି, ନା ଟସର ସାମଗ୍ରୀ ମିଳୁଛି । ପୂର୍ବେ ଟସର କେନ୍ଦ୍ରରୁ ବୁଣାକାରମାନଙ୍କୁ ଟସର ଯୋଗାଇ ଦିଆ ଯାଉଥିଲା । ବୁଣାକାରମାନେ ଟସରରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ବର୍ତ୍ତମାନ ଟସର ଅଭାବରୁ ବୁଣାକାରମାନେ ଏ ଶିଳ୍ପରୁ ମୁହଁ ଫେରାଇଲେଣି ।
ବଦଳୁଛି ଯୁଗ .. ବଦଳୁଛି ସମୟ । ଯନ୍ତ୍ରପାତି ଆପଣାଇ ବର୍ତ୍ତମାନ ବୁଣାକାର ତିଆରି କରୁଛନ୍ତି ବସ୍ତ୍ର । କାମ ଦେଖି ଜଣେ ଶିଳ୍ପପତି ସେଠାରେ କାରଖାନା ପ୍ରତିଷ୍ଠା କରିଥିଲେ । କିନ୍ତୁ ପରେ ଟସର ଅଭାବରୁ ଧୀରେ ଧୀରେ ଟସର କେନ୍ଦ୍ର ବନ୍ଦ ହେବାକୁ ବସିଲା । କଞ୍ଚାମାଲ ଅଭାବରୁ କେନ୍ଦ୍ରରେ ତାଲା ଝୁଲିଲା । ଲୋକମାନେ ବାହାରକୁ ଦାଦନ ଖଟିବାକୁ ଗଲେ । ଅନ୍ୟପଟେ ଲକ୍ଷ ଲକ୍ଷ ଟଙ୍କାର ମେସିନ ବର୍ତ୍ତମାନ ଖତ ଗଦାରେ ପରିଣତ ହେବାକୁ ବସିଛି ।
ବିଞ୍ଜୁଆବାସୀଙ୍କୁ ସରକାର କେବେ ଟସର ଯୋଗାଇ ଦେଉଛନ୍ତି, କାବା ତାଙ୍କର ଟସର ଶିଳ୍ପ ପୁଣି ଥରେ ଚାଲୁ ଦେଉଛି; ତାହା ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701850878.jpg)