Advertisment

ଦେଶରେ ଶ୍ରେଷ୍ଠ ତାଲିମ କେନ୍ଦ୍ର, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ

୨୦୨୦-୨୧ ପାଇଁ ପାଇଲା ୟୁନିଅନ୍ ହୋମ୍ ମିନିଷ୍ଟର ଟ୍ରଫି । ଏକାଡେମୀର ଅତିରିକ୍ତ ଡିଜି ଅରୁଣ ଷଡ଼ଙ୍ଗୀ ଗ୍ରହଣ କଲେ ପୁରସ୍କାର

Biju Patnaik Police Academy

Biju Patnaik Police Academy

Advertisment

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ଦେଶର ଶ୍ରେଷ୍ଠ ପୋଲିସ ତାଲିମ କେନ୍ଦ୍ର ଭାବେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ମିଳିଛି । ଏକାଡେମୀର ଅତିରିକ୍ତ ଡିଜି (ତାଲିମ ଓ ନିର୍ଦ୍ଦେଶକ) ଅରୁଣ କୁମାର ଷଡ଼ଙ୍ଗୀ ଏହି ପୁରସ୍କାର ଗ୍ରହଣ କରିଥିଲେ ।

Advertisment

୨୦୨୦-୨୧ ପାଇଁ ଗେଜେଟେଡ୍ ଅଫିସର ବର୍ଗ ଲାଗି ସବୁ ରାଜ୍ୟକୁ ପଛରେ ପକାଇ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ହାତେଇଛି ୟୁନିଅନ୍ ହୋମ୍ ମିନିଷ୍ଟର ଟ୍ରଫି । ଉତ୍ତମ ତାଲିମ୍ ସୁବିଧା, ତାଲିମ୍ କୌଶଳ, ଦକ୍ଷ ଟ୍ରେନର, ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍‌କୁ କାର୍ଯ୍ୟକାରୀ କରିବା ଏବଂ ବିଭିନ୍ନ ପ୍ରକାର ତାଲିମ କାର୍ଯ୍ୟକ୍ରମ ଆୟୋଜନ ଭଳି ବିଭିନ୍ନ ମାପକାଠି ପାଇଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଏହି ପୁରସ୍କାର ପାଇଛି ।

Biju Pattnaik Police Academy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ