Advertisment

ଆଜି ବିଜୁ ବାବୁଙ୍କ ତିରୋଧାନ ଦିବସ; ଜାଣନ୍ତୁ କେମିତି ଥିଲା ତାଙ୍କ ରାଜନୈତିକ ଯାତ୍ରା

ବିଜୁ ବାବୁ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ।

ଅଦ୍ୟତନ ହୋଇଛି
Biju Patnaik Death Anniversary

Biju Patnaik

Advertisment

ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Advertisment

ମୋ ଓଡ଼ିଶା ପରିବାର ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୁହ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବ । ବିଜୁ ବାବୁ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ସାରା ଜୀବନ ସେ ଜନସେବାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଥିଲେ । ୧୯୯୭ ମସିହା ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା ।

ଅଧିକ ପଢ଼ନ୍ତୁ: କାଶ୍ମୀରକୁ ବଞ୍ଚାଇବାରେ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଜାଣନ୍ତୁ ବିଜୁ ବାବୁଙ୍କ ରାଜନୈତିକ ଜୀବନ

ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭ କରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ। ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତି ହୋଇଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭ କରିଥିଲା। ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ।

Advertisment

କଂଗ୍ରେସକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନ ପାଇବାରୁ ସେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂଆ ଦଳ କରିଥିଲେ।

୧୯୭୧ ବିଧାନସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା। ବିଜୁ ବାବୁ ପରେ ତାଙ୍କ ପୁରୁଣା ସାଙ୍ଗ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜେ.ପି ମୁଭ୍‌ମେଣ୍ଟରେ ଯୋଗ ଦେଇଥିଲେ। ୧୯୭୫ରେ ଯେତେବେଳେ ଜରୁରିକାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ।

Advertisment

୧୯୭୭ରେ ସେ ମୁକୁଳିଲେ ଓ ଲୋକସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହେଲେ। ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣିମନ୍ତ୍ରୀ ଥିଲେ। ୧୯୮୦ରେ ବିଜୁ ବାବୁ ଲୋକସଭାକୁ ନିର୍ବାଚିତ ହେଲେ ଏବଂ ପୁଣିଥରେ ୧୯୯୬ରେ ଲୋକସଭାକୁ ନିର୍ବାଚିତ ହେଇଥିଲେ। ୧୯୯୦ ରାଜ୍ୟ ବିଧାନସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥିଲେ।

ବିଜୁ କଳିଙ୍ଗ ଟାଇଲସ, କଳିଙ୍ଗ ଟ୍ୟୁବ୍‌ସ, କଳିଙ୍ଗ ଆଇରନ ୱାର୍କସ, କଳିଙ୍ଗ ଏୟାର୍‌ଲାନ୍ସ ଓ କଳିଙ୍ଗ ରିଫ୍ରାକ୍‌ଟୋରିଜ୍‌ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ। ରାଜ୍ୟର ପ୍ରଗତି ପାଇଁ ତାଙ୍କ ଉଦ୍ୟମରେ ବହୁ ଅନୁଷ୍ଠାନ ଠିଆ ହୋଇଥିଲା।

Biju Patnaik Death Anniversary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ