ରିସର୍ଚ୍ଚରୁ ବଡ଼ ସଫଳତା ! ଡେଙ୍ଗୁ-ଚିକୁନଗୁନିଆକୁ ରୋକିବ ମଶା

ଏକ ନୂଆ ପ୍ରଜାତିର ମାଈ ମଶା ଜରିଆରେ ରୋଗ ନିୟନ୍ତ୍ରଣ ସୂଚନା । ସୂଚନା ଦେଲା ICMRର ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ।

Dengue

ମଶା ରୋକିବ ଡେଙ୍ଗୁ । ଚିକନଗୁନିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚାଲିଥିବା ଗବେଷଣାରେ ବଡ଼ ସଫଳତା । ଏକ ନୂଆ ପ୍ରଜାତିର ମାଇ ମଶା ଜରିଆରେ ଡେଙ୍ଗୁ ଓ ଚିକନଗୁନିଆ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସୂଚନା ଦେଇଛି ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ।

ପୁଡୁଚେରୀରେ ଆଇସିଏମ୍‌ଆରର ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ଏହି ନୂଆ ପ୍ରଜାତିର ମାଈ ମଶାକୁ ଡେଭଲପ୍ କରିଛି । ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି । ଗଲା ୪ ବର୍ଷ ଧରି ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ଏସମ୍ପର୍କରେ ଗବେଷଣା ଜାରି ରଖିଥିଲା । ଏବେ ଗବେଷଣା ସରିଯାଇଛି । କିନ୍ତୁ ସରକାରଙ୍କ ଅନୁମତିକୁ ଅପେକ୍ଷା ରହିଛି ।