ବସ୍‌ ମାଲିକ ସଂଘର ବୈଠକ ପରେ ବଡ଼ ନିଷ୍ପତି, ଦାବି ପୁରଣ ନହେଲେ ଗଡ଼ିବନି ବସ୍‌ !

ରାଜ୍ୟ ବସ ମାଲିକ ସଙ୍ଘର ଏକଜ୍ୟୁଟିଭ ବଡି ବୈଠକରେ ନିଷ୍ପତ୍ତି l ସରକାରଙ୍କ ନିକଟରେ ରଖିବା ବଡ଼ ଦାବି ।

BUS Stand

News Summary

ରାଜ୍ୟ ବସ ମାଲିକ ସଙ୍ଘର ଏକଜ୍ୟୁଟିଭ ବଡି ବୈଠକରେ ନିଷ୍ପତ୍ତି l

ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଟିକସ ଛାଡ଼ ପାଇଁ ଦାବି ।

ବସ ଗୁଡିକୁ ଚଳନ କ୍ଷମା କରିବା ପାଇଁ ପ୍ରତି ବସ ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ବର୍ଷକ ପାଇଁ ସୁଧ ବିହୀନ ରୁଣ ଯୋଗାଇ ଦେବାକୁ ଦାବି ।

ଭୁବନେଶ୍ୱର: ରାଜ୍ୟ ବସ ମାଲିକ ସଙ୍ଘର ଏକଜ୍ୟୁଟିଭ ବଡି ବୈଠକରେ ନିଷ୍ପତ୍ତି l ସରକାରଙ୍କ ନିକଟରେ ରଖିବା ବଡ଼ ଦାବି । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଟିକସ ଛାଡ଼, ବସ ଗୁଡିକୁ ଚଳନ କ୍ଷମା କରିବା ପାଇଁ ପ୍ରତି ବସ ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ବର୍ଷକ ପାଇଁ ସୁଧ ବିହୀନ ରୁଣ ଯୋଗାଇ ଦେବା, ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ମାନଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ସହିତ ଏକ ମାସ ପାଇଁ ରାସନ ପ୍ରଦାନ ଓ IRDA ସହିତ ସରକାର ଆଲୋଚନା କରି ବୀମା ଅବଧି ବୃଦ୍ଧି ଦାବି କରିଛି ସଂଘ l

ଏହିସବୁ ଦାବି ପୂରଣ ନହେଲେ ରାଜ୍ୟରେ ବସ ଚଳାଇବା ଅସମ୍ଭବ l ଏବେ ୨୦ଟି ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ଥିଲେ ମଧ୍ୟ ସମ୍ପୂର୍ଣ ବସ ଚାଲିପାରୁନାହିଁ l ତେଣୁ ଦାବି ପୂରଣ ନ ହେଲେ, ବସ୍‌ ଗଡ଼ିବା ଅସମ୍ଭବ । ଯଦି ୧୬ ତାରିଖରୁ ଲକଡାଉନ ଖୋଲିଲେ ମଧ୍ୟ ରାଜ୍ୟରେ ଚାଲୁଥିବା ୧୪ ହଜାର ବସ ବନ୍ଦ ରହିବ l