Advertisment

ରାଜଧାନୀରେ ପୁଣି ଚେକିଂ ଜୋରଦାର୍, ୯୦ଟି ବାଇକ୍ ଉଠାଇ ଆଣିଲା ଟ୍ରାଫିକ୍ ପୋଲିସ

ଖାଲି ରଙ୍ଗ୍ ରୁଟ୍ ଡ୍ରାଇଭିଂ କାହିଁକି ବିକଟାଳ ହର୍ନ ବଜାଉଥିଲେ, ବେଆଇନ ସାଇଲେନ୍ସର ଲଗାଇଥିଲେ ବି ହୋଇ ଯାଆନ୍ତୁ ସାବଧାନ। ଏସବୁ ନିୟମ ପ୍ରତି ଏବେ ଟ୍ରାଫିକ୍ ପୋଲିସ ତୀକ୍ଷ୍ଣ ନଜର ରଖିଛି।

Traffic Cheaking

Traffic Cheaking

Advertisment

ପୁଣି ଆକ୍ସନ ମୋଡରେ ଟ୍ରାଫିକ୍ ପୋଲିସ। ରାଜଧାନୀ ଜୋରଦାର ଧରପଗଡ଼। ରଙ୍ଗ୍ ରୁଟ୍ ଚାଳକଙ୍କୁ ପାନେ। ରାଜଧାନୀ ଭୁବନେଶ୍ୱରରେ ପୁଣି ଆକ୍ସନ ମୋଡକୁ ଆସିଛି ଟ୍ରାଫିକ୍ ପୋଲିସ। ରଙ୍ଗ୍ ରୁଟରେ ଗାଡ଼ି ଚଳାଇବା ଅଭିଯୋଗରେ ଆଜି ୯୦ଟି ବାଇକ୍ ଉଠାଇ ଆଣି କୋର୍ଟ ଚାଲାଣ କରିଛି ଟ୍ରାଫିକ୍ ପୋଲିସ। ଧାଡ଼ି ଧାଡ଼ି ହୋଇ ରଖାଯାଇଛି ବାଇକ୍। ଏ କେଉଁ ବାଇକ୍ ଷ୍ଟାଣ୍ଡର ଦୃଶ୍ୟ ନୁହେଁ, ଏ ହେଉଛି ଟ୍ରାଫିକ୍ ଥାନାର ଦୃଶ୍ୟ। ଟ୍ରାଫିକ୍ ନିୟମ ଭାଙ୍ଗିବା ଅଭିଯୋଗରେ ଏସବୁକୁ ଉଠାଇ ଆଣିଛି ପୋଲିସ। ଆଉ ଫାଇନ୍ କାଟି କିଏ ନିଜ ଗାଡ଼ି ନେଉଛନ୍ତି ତ କିଏ ନିରାଶ ହୋଇ ଫେରୁଛନ୍ତି।

Advertisment

ଖାଲି ରଙ୍ଗ୍ ରୁଟ୍ ଡ୍ରାଇଭିଂ କାହିଁକି ବିକଟାଳ ହର୍ନ ବଜାଉଥିଲେ, ବେଆଇନ ସାଇଲେନ୍ସର ଲଗାଇଥିଲେ ବି ହୋଇ ଯାଆନ୍ତୁ ସାବଧାନ। ଏସବୁ ନିୟମ ପ୍ରତି ଏବେ ଟ୍ରାଫିକ୍ ପୋଲିସ ତୀକ୍ଷ୍ଣ ନଜର ରଖିଛି। ପାର୍ବଣ ଲାଗି କିଛି ଦିନ ହେଲା ଧରାପଗଡ଼ ବନ୍ଦ ଥିଲା। ପର୍ଯ୍ୟାୟ କ୍ରମେ ବିଭିନ୍ନ ସମୟରେ ଟ୍ରାଫିକ ପୋଲିସ ଏଭଳି ଧରପଗଡ଼ କରି ଅମାନିଆଙ୍କୁ ସଚେତନ କରାଉଛି ବୋଲି ଟ୍ରାଫିକ୍ ଥାନା ଆଇଆଇସି କହିଛନ୍ତି। 

Bhubaneswar Odisha Traffic Challan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ