Advertisment

୪ ହଜାର ବଦଳରେ ଆସିଲା ୭ କୋଟି ଟଙ୍କାର ଇଲେକ୍ଟ୍ରି ବିଲ୍‌, କ୍ଷମା ମାଗିଲା କମ୍ପାନୀ

ସ୍ମାର୍ଟ ମିଟରରେ ନୀଳାଦ୍ରି ବିହାର ଅଞ୍ଚଳର ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ମେ ମାସ ଲାଗି ଆସିଥିଲା ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କାର ବିଦ୍ୟୁତ ବିଲ୍। ଆଉ ତାପରେ...

ଅଦ୍ୟତନ ହୋଇଛି
Electric Bill

Electric Bill

Advertisment

ଭୁବନେଶ୍ବରର ଜଣେ ଗ୍ରାହକଙ୍କୁ ତ୍ରୁଟିପୂର୍ଣ୍ଣ ବିଲ ଦେବା ଘଟଣାରେ କ୍ଷମା ମାଗିଲା TPCODL। ବୈଷୟି ତ୍ରୁଟିରୁ ସଂପୃକ୍ତ ଗ୍ରାହକଙ୍କ ଏଭଳି ବିଲ ଯାଇଥିବାରୁ ଏଥିପାଇଁ କମ୍ପାନୀ କ୍ଷମା ମାଗିବା ସହ ଦୁଃଖ ପ୍ରକାଶ କରୁଥିବା କମ୍ପାନୀର ମୁଖପାତ୍ର ଏକ ବିବ୍ରୁତି ଜରିଆରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଆଜି କମ୍ପାନୀ ପକ୍ଷରୁ ତ୍ରୁଟିକୁ ମଧ୍ୟ ସଂଶୋଧନ କରାଯାଇଥିଲା।

Advertisment

ସ୍ମାର୍ଟ ମିଟରରେ ନୀଳାଦ୍ରି ବିହାର ଅଞ୍ଚଳର ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ମେ ମାସ ଲାଗି ଆସିଥିଲା ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କାର ବିଦ୍ୟୁତ ବିଲ୍। ତେବେ ତାଙ୍କର ପ୍ରକୃତ ବିଲ୍ ୪ ହଜାର ୮୨୫ ଟଙ୍କା । ଏତେ ପରିମାଣର ବିଲ୍ ଆସିଥିବା ଦେଖି ଦୁର୍ଗାପ୍ରସାଦ ଏ ସମ୍ପର୍କରେ ବିଜୁଳି ବଣ୍ଟନ କମ୍ପାନୀ TPCODL କୁ ଟୁଇଟର ଯୋଗେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିବା କହିଥିଲେ ଦୁର୍ଗାପ୍ରସାଦ।

ପରେ ଗଣମାଧ୍ୟମରେ ଏ ଖବର ପ୍ରସାରଣ ହେବା ପରେ ଟାଟା ପାୱାର କମ୍ପାନୀ ପ୍ରଥମେ ତ୍ରୁଟି ସଂଶୋଧନ କରିବା ସହ ପରେ ସଂପୃକ୍ତ ଗ୍ରାହକଙ୍କୁ କ୍ଷମା ପ୍ରାର୍ଥନା କରିଛି। ତା ସହ ଭବିଷ୍ୟତରେ ଆଉ ଏଭଳି ତ୍ରୁଟି ନକରିବାକୁ ବିଲିଂ ସିଷ୍ଟମକୁ ସମୀକ୍ଷା କରାଯାଇଥିବା କମ୍ପାନୀ ସୂଚନା ଦେଇଛି।

Advertisment
Electricity Bill Electric Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ