Advertisment

ରାଜଧାନୀରେ ମଶାମରା କାମରେ ଲାଗିବ ଡ୍ରୋନ୍

ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯାଇ ମଶା ଦମନ କରାଯିବ

ଅଦ୍ୟତନ ହୋଇଛି
Drones to tackle Mosquito Menace in Bhubaneswar

drones to tackle mosquito menace

Advertisment

ରାଜଧାନୀରେ ଚାରିଆଡ଼େ ମଶାଙ୍କ ଉପଦ୍ରବ । ଟିକିଏ ଅନ୍ଧାରିଆ ଜାଗା ପାଇଲେ କାମୁଡ଼ି କାମୁଡ଼ି ଗୋଡ଼, ହାତ, ମୁହଁ ଫୁଲାଇ ଦେଉଛନ୍ତି। ସଂଧ୍ୟା ହେଉ ହେଉ ଲୋକମାନେ ଝରକା, କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେ ମଶାଙ୍କ ଦମନ ପାଇଁ BMC ପକ୍ଷରୁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍ ।

Advertisment

ରାଜଧାନୀରେ ଏବେ ମଶା ମାରିବା ପାଇଁ ଡ୍ରୋନ୍ ନିୟୋଜିତ କରାଯିବ । ଡ୍ରୋନ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯିବ । ଗାଡି ଯାଇ ପାରୁ ନଥିବା ଅବ୍ୟବହୃତ ଅଂଚଳରେ ମଶାକୁ ଦମନ କରିବା ପାଇଁ ଡ୍ରୋନ ବ୍ୟବହାର କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ରାସ୍ତାରେ ଅଳିଆ ପକାଇ ପଡ଼ିବ ମହଙ୍ଗା: ଦେବାକୁ ପଡ଼ିବ ୧୦,୦୦୦ ଫାଇନ୍‌ !

Advertisment

ଏଥିସହ ମଶା ଧୂଆଁ ଗାଡି ସଂଖ୍ୟା ମଧ୍ୟ ବଢାଇ ଦିଆଯିବ । ଅଧିକ ମଶାବଂଶ ବୃଦ୍ଧି ହେଉଥିବା ଅଂଚଳରେ ଟେକନିକାଲ ଟିମ୍ ସର୍ଭେ କରିବ । ଘାସ ଓ ବୁଦା କାଟିବା ପାଇଁ ଅଧିକ ଟିମ୍ ବଢାଯିବ ବୋଲି ସୂଚନା ମିଳିଛି ।

BMC Drones Mosquito
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ