ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍‌ ବିଲ୍ଡିଂ

ଅସ୍ଥାୟୀ ଦୋକାନୀଙ୍କୁ ସଂପୂର୍ଣ୍ଣ ହଟାଇବା ଲାଗି ବ୍ୟବସାୟୀ ସଂଘର ଦାବି । ଅସ୍ଥାୟୀ ଦୋକାନୀଙ୍କୁ ନହଟାଇବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ- ସଂଘ ।

Market Building

ଉତ୍ତେଜନା ପରେ ବନ୍ଦ ହେଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ଘୋଷଣା । ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ସଂଘର ନିଷ୍ପତ୍ତି । ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଉତ୍ତେଜନା ପରେ ବନ୍ଦ । କିଛିଦିନ ତଳେ ଅସ୍ଥାୟୀ ଦୋକାନୀଙ୍କୁ ଉଠାଇଥିଲା BMC । ଅସ୍ଥାୟୀ ଦୋକାନୀ ପୁଣି ବସିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅସ୍ଥାୟୀ ଦୋକାନୀଙ୍କୁ ସଂପୂର୍ଣ୍ଣ ହଟାଇବା ଲାଗି ବ୍ୟବସାୟୀ ସଂଘର ଦାବି । ଅସ୍ଥାୟୀ ଦୋକାନୀଙ୍କୁ ନହଟାଇବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ସଂଘର ନିଷ୍ପତ୍ତି ।