Advertisment

ଶୁଣୁ ନାହାନ୍ତି ସରକାର ! ପୁଣି ଗର୍ଜିଲେ ଅଙ୍ଗନଓ୍ୱାଡ଼ି କର୍ମୀ

ରାଜଧାନୀ ଛାତିରେ ଗର୍ଜନ କରୁଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ ।

ଅଦ୍ୟତନ ହୋଇଛି
Anganwadi workers Strike

Anganwadi Workers

Advertisment

ପୁଣି ଗର୍ଜିଲେ ଅଙ୍ଗନଓ୍ୱାଡ଼ି କର୍ମୀ । ଏକାଠି ହେଲେ ହଜାର ହଜାର କର୍ମୀ । ୫୦ ହଜାର ଅଙ୍ଗନଓ୍ୱାଡ଼ି କର୍ମୀ ସାରା ରାଜ୍ୟରେ ୬୦ ହଜାରରୁ ଅଧିକ କେନ୍ଦ୍ର ବନ୍ଦ କରି ସରକାରଙ୍କୁ ଚାଲେଞ୍ଜ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭୁବନେଶ୍ୱର ଲୋୟର ପିଏମଜିରେ ନିଜ ଦାବି ପୂରଣ ପାଇଁ ଗତକାଲିଠୁ ଧାରଣା ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: 'ସରକାରୀ କର୍ମଚାରୀର ମାନ୍ୟତା ଦିଅ, ମାସକୁ ୫ହଜାର ପେନସନ୍ ଦିଅ'

୨୦୧୮ ମସିହା ଆନ୍ଦୋଳନ ବେଳେ ବହିଷ୍କୃତ ହୋଇଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି, ସରକାରୀ ମାନ୍ୟତା ପ୍ରଦାନ, ଦରମା ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ପ୍ରଦାନ, ଇପିଏଫ୍, ଇଏସଆଇସି ଓ ଗ୍ରାଚୁଇଟିରେ ସାମିଲ କରିବା, ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟ ଅଙ୍ଗନଓ୍ୱାଡ଼ିରେ ସାମିଲ କରିବା, ଅବସରକାଳୀନ ୫ଲକ୍ଷ ସହାୟତା ସହ ୫ହଜାର ଟଙ୍କା ଦିଆଯିବା ନେଇ ଦାବି ହୋଇଛି ।

ଆନ୍ଦୋଳନକାରୀଙ୍କ ଅଭିଯୋଗ- ମମତା ଯୋଜନାରୁ ହରିଶ୍ଚନ୍ଦ୍ର ଭଳି ସରକାରଙ୍କ ଗଣ୍ଡା ଗଣ୍ଡା ଯୋଜନାକୁ ସଫଳ କରୁଛନ୍ତି ଅଙ୍ଗନଓ୍ୱାଡ଼ି କର୍ମୀ। ସେମାନଙ୍କୁ ସରକାର ଅବହେଳା କରୁଛନ୍ତି ନା ମିଳୁଛି ସଠିକ୍ ପାରିଶ୍ରମିକ ନା ସରକାରୀ ସୁବିଧା। ବର୍ଷ ବର୍ଷ କାମ କରିବା ପରେ ବି ଅଙ୍ଗନବାଡ଼ିକର୍ମୀଙ୍କୁ ମିଳୁଛି ମାତ୍ର ୭, ୫୦୦ ଟଙ୍କା। ମିନି ଅଙ୍ଗନଓ୍ୱାଡ଼ି କର୍ମୀ ପାଉଛନ୍ତି ମାତ୍ର ୫, ୫୦୦ ଟଙ୍କା।

Advertisment

ତେବେ ଏନେଇ ଗତକାଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଥିଲେ, ଅଙ୍ଗନବାଡି କର୍ମୀ ମାନେ ଉଭୟ କେନ୍ଦ୍ର ଓ ରାଜ୍ୟରୁ ଅନୁଦାନ ପାଉଛନ୍ତି । ବିଚାରବିମର୍ଶ କରି ସେମାନଙ୍କ ଦାବି ଉପରେ ନିଷ୍ପତ୍ତି ନିଆଯିବ । ତଥାପି ଆଜି ଆନ୍ଦୋଳନରୁ ଉଠି ନାହାନ୍ତି ଅଙ୍ଗନବାଡି କର୍ମୀ ।

Anganwadi Worker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ