Advertisment

ସବୁଜ ପାଟ ଶାଢୀ ପିନ୍ଧିବ ରାଜଧାନୀ ଭୁବନେଶ୍ୱର

ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ବୃହତ ଅଟ୍ଟାଳିକା ମାନ ଗଢ଼ି ଉଠୁଥିବା ବେଳେ ଏ ସୁନ୍ଦର ସହର କଂକ୍ରିଟ ଜଙ୍ଗଲରେ ପରଣିତ ହେବାକୁ ବସିଛି।

ଅଦ୍ୟତନ ହୋଇଛି
bhubaneswar is being beautified for hockey World cup

bhubaneswar is being beautified for hockey World cup

Advertisment

ସଜେଇ ହେବ ରାଜଧାନୀ। ଶୀତ ଋତୁରେ ସବୁଜ ପାଟ ଶାଢ଼ୀ ପିନ୍ଧି ସୁନ୍ଦର ଦିଶିବ ମନ୍ଦିର ମାଳିନୀ ଭୁବନେଶ୍ୱର। ସେଇଥିପାଇଁ କାମ ଏବେଠାରୁ ଆରମ୍ଭ ହୋଇଗଲାଣି କିଏ ଗଛ ଲଗାଉଛି ତ ଆଉ କିଏ ପାଣି ଦେଉଛି। କିଛି ଦିନ ହେବ ରାଜଧାନୀ ଭୁବନେଶ୍ବରରେ ହଜାର ହଜାର ଶ୍ରମିକ ଏଇ କାମରେ ଲାଗିଛନ୍ତି।ଆଉ ଦିନ କେଇଟା ଗଲେ ଆରମ୍ଭ ହେବାକୁ ଯାଉଛି ବିଶ୍ବ କପ୍ ହକି। ଦେଶ ବିଦେଶରୁ ବହୁ ଖେଳାଳି ଓ ପର୍ଯ୍ୟଟକ ଆସୁଥିବା ବେଳେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜଧାନୀ ଭୁବନେଶ୍ୱରକୁ ସବୁଜ ପାଟ ଶାଢ଼ୀ ପିନ୍ଧାଇବା ପାଇଁ ଲାଗିପଡ଼ିଛନ୍ତି ରାଜ୍ୟ ସରକାର। ଆଉ ଏହି ଦାୟିତ୍ୱ ନେଇଛି ଓଡିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ। ରାଜଧାନୀର ପ୍ରମୁଖ ଛକମାନଙ୍କରେ ସବୁଜ ଘାସ ଗାଲିଚା ସୃଷ୍ଟି କରିବା ସାଙ୍ଗକୁ ରାସ୍ତା କଡ଼େକଡ଼େ ଗଛ ଲଗାଇବା କାମ ଆରମ୍ଭ ହୋଇଗଲାଣି। 

Advertisment

ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ବୃହତ ଅଟ୍ଟାଳିକା ମାନ ଗଢ଼ି ଉଠୁଥିବା ବେଳେ ଏ ସୁନ୍ଦର ସହର କଂକ୍ରିଟ ଜଙ୍ଗଲରେ ପରଣିତ ହେବାକୁ ବସିଛି। ବାତ୍ୟା ପ୍ରଭାବରେ ଶତାଧିକ ଗଛ ଉପୁଡି ପଡ଼ୁଥିବା ବେଳେ ତା ଜାଗାରେ ନୂଆ ଗଛ ଲଗାଇ ପୁଣି କେମିତି ଏହାକୁ ସବୁଜ ସୁନ୍ଦର କରାଯାଇ ପାରିବ ସେ ଦିଗର ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବିଶ୍ୱକପ ହକି ପାଇଁ ୧୫ଟି ଦେଶ ଓଡିଶା ଆସିବେ। ତେଣୁ ଅତିଥିଙ୍କ ଆଗମନରେ ରାଜଧାନୀକୁ ସୁନ୍ଦର କରିବା ପାଇଁ OFDC ଦାୟିତ୍ୱ ଦିଆଯାଇଛି। ରାଜ ଭବନ ଠାରୁ ଏଜି ଛକ ପର୍ଯ୍ୟନ୍ତ କଅଁଳ ଛନଛନିଆ ଘାସ ଲଗାଇ ପାଣି ଦାଆ ଯାଉଥିବା ବେଳେ ଖୁବ ଶୀଘ୍ର ଏୟାରପୋର୍ଟ, ଲୋକସେବା ଭବନ, କଳିଙ୍ଗ ଷ୍ଟାଡିୟମ୍, ମାଷ୍ଟର କ୍ୟାଣ୍ଟିନ ଆଦି ଛକ ଗୁଡିକରେ ଏହି ସୌନ୍ଦର୍ଯ୍ୟକରଣ କାମ କରାଯିବ। 

ଜାନୁୟାରୀ ୧୩ରୁ ବିଶ୍ବକପ୍ ହକି ଆରମ୍ଭ ହେଉଥିବା ବେଳେ ହାତରେ ଆଉ ମାତ୍ର ଦିନ କେଇଟା ରହିଲା। ତେବେ ଦେଖିବାକୁ ବାକି ରହିଲା ରାଜ୍ୟସରକାର ରାଜଧାନୀକୁ କେତେ ପାରୁଛନ୍ତି ସଜେଇ।

Advertisment

(ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ)

Hockey World Cup 2023 Smart City
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ