Advertisment

ବମିଖାଲ ଇ-ସ୍କୁଟର ସୋରୁମ୍‌ରେ ଅଗ୍ନିକାଣ୍ତ

ଭୁବନେଶ୍ୱରର ବମିଖାଲରେ ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମ ରହିଛି। ଗତ ରାତିରେ ଏହି ଶୋ’ ରୁମ୍‌ରେ ନିଆଁ ଲାଗି ତାହା ସର୍ଭିଂସ ସେଣ୍ଟରକୁ ବ୍ୟାପି ଯାଇଥିଲା। ଏକ ଖରାପ ବ୍ୟାଟେରିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଅଦ୍ୟତନ ହୋଇଛି
Fire Mishap In Bhubaneswar

E-bike showroom

Advertisment

ଭୁବନେଶ୍ୱର ରେ ଏକ ଇଲେକ୍ଟ୍ରିକ୍‌ ସ୍କୁଟର ସୋରୁମରେ ନିଆଁ । ବମିଖାଲ ସ୍ଥିତ ପିଓର କେକେ ଟ୍ରାଡିଂ ନାମକ ଦୋକାନରେ ନିଆଁ ଲାଗିଯାଇଥିଲା । ସର୍ଭିସିଂ ସେଣ୍ଟରରେ ମଧ୍ୟ ନିଆଁ ଲାଗିଥିବାର ସୂଚନା ମିଳିଛି । ଏକ ଖରାପ ବ୍ୟାଟେରିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Advertisment

ଏହି ଅଗ୍ନିକାଣ୍ଡରେ ବହୁ ଗାଡ଼ି ପୋଡ଼ି ଯାଇଥିବା ବେଳେ କୌଣସି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି । ସୂଚନା ପାଇ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଶୋ’ ରୁମ୍‌ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

ପୁଣି ଥରେ ଇଲେକ୍ଟ୍ରି ସ୍କୁଟରର ନିରାପତ୍ତାକୁ ନେଇ ଉଠିଛି ପ୍ରଶ୍ନ । କିଛି ଦିନ ପୂର୍ବେ ହାଇଦ୍ରାବାଦରେ ଏକ ଇଲ୍ରେିକ୍ ସ୍କୁଟର ଶୋ’ ରୁମ୍‌ରେ ନିଆଁ ଲାଗି ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। 

Advertisment
Fire Breaks E-bike Showroom
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ