Advertisment

ବାଜିଲା ଡେଙ୍ଗୁରା ! ନିଲାମ ହେବ ମାର୍କଫେଡ୍ କୋଠା

କାହାର ତ୍ରୁଟି ପାଇଁ ତଳିତଳାନ୍ତ ରାଜ୍ୟ ସରକାରଙ୍କ ଏହି ଅନୁବନ୍ଧିତ ସଂସ୍ଥା?

undefined

Markfed after unable to repay loan amount

Advertisment

ନିଲାମ ହେବ ମାର୍କଫେଡ୍ କୋଠା ! ସଂପତ୍ତି ବିକି ଋଣ ଶୁଝିବ ମାର୍କଫେଡ୍ ! ଡେଙ୍ଗୁରା ବାଡ଼େଇ କରାଗଲା ଘୋଷଣା। ଋଣର ପାହାଡ଼ ତଳେ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିମିଟେଡ୍- ମାର୍କଫେଡ୍। ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ମାର୍କଫେଡ୍‌ର ସେଇ ହତଭାଗା ମୁଖ୍ୟ କୋଠା, ଯାହାକି ଏବେ ନିଲାମୀ ଅପେକ୍ଷାରେ। ଆସନ୍ତା ଜାନୁଆରୀ ୨ରେ ଡକାଯିବ ନିଲାମୀ। ଘରୋଇ ମିଲର୍‌ଙ୍କ କୋଟିଏରୁ ଅଧିକ ଟଙ୍କାର ଋଣ ଶୁଝି ନପାରିବାରୁ, ସଂପତ୍ତି ବିକି ଟଙ୍କା ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର କମର୍ସିଆଲ୍ କୋର୍ଟ।

Advertisment

ସୂଚନା ଅନୁସାରେ, କେନ୍ଦ୍ରାପଡ଼ାର ତୁଳସୀ ମଡର୍ଣ୍ଣ ରାଇସ୍ ମିଲ୍ ୨୦୧୫-୧୬ରେ କଷ୍ଟମ୍ ମିଲର୍ ଭାବେ ଚାଷୀଙ୍କ ଠାରୁ ସଂଗୃହିତ ଧାନକୁ ଚାଉଳ କରି ମାର୍କଫେଡକୁ ବିକିଥିଲା। ଏ ବାବଦରେ ବିଲ୍ ହୋଇଥିଲା ୫୬ ଲକ୍ଷ ଟଙ୍କା। ହେଲେ ଟଙ୍କା ପୈଠ ନହେବାରୁ ପ୍ରଥମେ ୨୦୧୯ରେ MSEFC କୋର୍ଟ ଏବଂ ପରେ ଭୁବନେଶ୍ୱର କମର୍ସିଆଲ୍ କୋର୍ଟରେ ମାମଲା ଦାୟର ହୋଇଥିଲା। ୩୦ ଦିନ ଭିତରେ ସୁଧମୂଳ ସହ ଋଣ ପରିଶୋଧ କରିବାକୁ ଗତବର୍ଷ ଜୁଲାଇରେ ନିର୍ଦ୍ଦେଶ ଦେଇଥିଲେ କମର୍ସିଆଲ୍ କୋର୍ଟ। ତେବେ ମାର୍କଫେଡ୍ କର୍ତ୍ତୃପକ୍ଷ ଏହାକୁ ବେଖାତିର କରିବାରୁ, କଟକ ରୋଡ୍‌ରେ ଥିବା ମାର୍କଫେଡ୍ କୋଠାକୁ ନିଲାମୀ ପାଇଁ ନୋଟିସ୍ ପଠାଇଛନ୍ତି ଅଦାଲତ। ଏଣେ ଦୀର୍ଘ ୬ ବର୍ଷ ଭିତରେ ୫୬ ଲକ୍ଷ ଟଙ୍କାର ଋଣ ସୁଧ ସହ ୧ କୋଟି ୯ ଲକ୍ଷ ଟଙ୍କାରେ ପହଞ୍ଚିଥିବା ସୂଚନା ମିଳିଛି। 

ମାର୍କଫେଡ୍‌ର ଦୁଃସ୍ଥିତି ପାଇଁ ଦାୟୀ କିଏ? କାହାର ତ୍ରୁଟି ପାଇଁ ତଳିତଳାନ୍ତ ରାଜ୍ୟ ସରକାରଙ୍କ ଏହି ଅନୁବନ୍ଧିତ ସଂସ୍ଥା? ଅଫିସର୍‌ଙ୍କ ଭୁଲ୍ ପାଇଁ ଦେବାଳିଆ ହେବାକୁ ବସିନି ତ ମାର୍କଫେଡ୍? ଠିକ୍ ସମୟରେ ଉଚିତ ପଦକ୍ଷେପ ନେଇଥିଲେ ହୁଏତ ୫୬ ଲକ୍ଷ ଟଙ୍କାର ଋଣ ଆଜି କୋଟିଏ ଟପି ନଥାନ୍ତା, କି କୋର୍ଟରେ କେଶ୍ ଲଢ଼ିବା ପାଇଁ ସରକାରଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିନଥାନ୍ତା। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ମାର୍କଫେଡ୍ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି, ଏବେ ହାଇକୋର୍ଟରେ ଏକ ମାମଲା ବିଚାରାଧୀନ ରହିଛି। ସେଠାରେ ଚୂଡ଼ାନ୍ତ ଫୈସଲା ହେବା ପରେ ହିଁ, ଏହି ପ୍ରସଙ୍ଗରେ କିଛି ନିଷ୍ପତ୍ତି ହେବ। ଏନେଇ କମର୍ସିଆଲ୍ କୋର୍ଟଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ମାର୍କଫେଡ୍ ଆଉ ଆଗଭଳି ଚାଷୀଙ୍କର ଧାନ କିଣୁନଥିବା ବେଳେ, ୬ ବର୍ଷ ଧରି ମିଲର୍‌ଙ୍କ ଟଙ୍କା ମଧ୍ୟ ଶୁଝିନପାରିବା, ସଂସ୍ଥାର ଦୁର୍ଦ୍ଦଶାକୁ ପଦାରେ ପକାଇଛି।

Advertisment
Loan MARKFED
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ