Advertisment

‘ଫେରି ଆସିଲା ମୋ ଧନ’ ! କଲେଜରୁ ଫେରାର ଥିବା ସ୍ତ୍ରୀକୁ ପାଇବା ପରେ କୁଣ୍ଢାଇ ଧରି କାନ୍ଦିଲା ସ୍ୱାମୀ

ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଯାଇଥିବା ସ୍ତ୍ରୀକୁ ଫେରି ପାଇଲା ରାହୁଲ। ଖୁସିରେ ଆତ୍ମହରା ହୋଇ ବାଇକରେ ଧରି ଫେରିଲେ ଘରକୁ ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ସ୍ତ୍ରୀକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଥିବା ସ୍ୱାମୀର ପ୍ରେମ ଜିତିଲା । ସାବିତ୍ରୀ ବ୍ରତ ପରଦିନ ଫେରାର ହୋଇଥିବା ସ୍ତ୍ରୀକୁ ଖୋଜି ପାଇଛନ୍ତି ଯୁବକ । ଅନ୍ୟ ଜଣେ ପୁରୁଷଙ୍କୁ ବିବାହ ପୂର୍ବରୁ ପତ୍ନୀଙ୍କୁ ନାଟକୀୟ ଢଙ୍ଗରେ ଉଦ୍ଧାର କରିଛନ୍ତି । ଆଉ ଖୋଜି ପାଇବା ପରର ଦୃଶ୍ୟ ଦେଖିଲେ ସମସ୍ତଙ୍କ ହୃଦୟ ତରଳିଯିବ । ସ୍ତ୍ରୀ ଫେରାର ହେବା ପରେ ଯେମିତ କାନ୍ଦୁଥିଲେ, ସେମିତି ପାଇବା ପରେ ବିକଳ ହୋଇ କାନ୍ଦୁଛନ୍ତି । ତେବେ ସ୍ତ୍ରୀର ପ୍ରଥମ ଝଲକ୍‌ ଦେଖିବା ପରେ ସ୍ୱାମୀ ଧାଇଁ ଆସି କୁଣ୍ଢାଇ ଧରି ବାଇକରେ ପଳାଉଥିବା ଦେଖିବାକୁ ମିଳୁଛି । କାଳେ କେହି ନେଇଯିବ ଭାବି ସ୍ତ୍ରୀକୁ ଫିଲ୍ମ ଷ୍ଟାଇଲରେ ଉଠାଇ ନେଇ ଯାଉଛନ୍ତି ।

Advertisment

ସ୍ତ୍ରୀକୁ ପାଇବା ପରେ ଖୁସିରେ ଆତ୍ମହରା ହୋଇଥିବା ରାହୁଲ କହୁଛନ୍ତି, ମୋ ଧନ ମିଳିଗଲା, ମୁଁ ଆଉ ଛାଡ଼ିବିନି । ଏହାସହ ସ୍ତ୍ରୀକୁ ଅପହରଣ କରାଯାଇଥିବା ସେ କହିଛନ୍ତି । କାରରେ ସ୍ୱାମୀ ଥିବା କହି ତାଙ୍କ ସ୍ତ୍ରୀକୁ ନେଇଯାଇଥିଲେ  । ହେଲେ ନିଖୋଜ ହେବାର କିଛି ଦିନ ପରେ ସ୍ତ୍ରୀ ତାଙ୍କୁ କଲ୍ କରିଥିଲେ  । ଆଉ ତାଙ୍କ ସୂଚନା କ୍ରମେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ, ଆଉ ସେଠାରୁ ଆଜି ସ୍ତ୍ରୀକୁ ଉଦ୍ଧାର କରିଛନ୍ତି । 

ଅନ୍ୟପଟେ ଏନେଇ ରାହୁଲଙ୍କ ସ୍ତ୍ରୀ କହିଛନ୍ତି, ତାଙ୍କର ଅପହରଣ କରାଯାଇଥିଲା । ମୁହଁରେ ରୁମାର ଜାକି ତାଙ୍କୁ କେହି ନେଇଯାଇଥିଲେ । ଆଖି ଖୋଲିବା ପରେ ବନ୍ଦ କୋଠରୀରେ ଥିଲି । ପାଖରେ କେହି ନଥିଲେ । ଖାଇବା ପିଇବାକୁ ଦେଉନଥିଲେ । କୌଣସିମତେ ଏକ ଫୋନ୍‌ ପାଇ ସ୍ୱାମୀକୁ ଫୋନ୍‌ କରିଥିଲି । ଏପଟେ ମାମୁଁ ମାଇଁ ମୋତେ ଜାତି କରିବା ପାଇଁ ଆଜି ପୂଜା କରିଥିଲେ । ମୁଁ ସ୍ୱାମୀଙ୍କ ପାଖକୁ ଫେରିବା ପାଇଁ ଚାହୁଁଥିଲେ ସୁଦ୍ଧା ମୋତେ ଯିବାକୁ ଦେଉନଥିଲେ । ମୋତେ ସବୁବେଳେ ଜଗି ରହୁଥିଲେ ।

Advertisment

ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ବଜାରର ଦେବବ୍ରତ ଗୋଛାୟତଙ୍କ ପୁଅ ରାହୁଲ ବ୍ରାହ୍ମଣୀପାଳ ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟାକୁ ୨ ବର୍ଷ ଧରି ଭଲପାଉଥିଲେ । ତେବେ ଉଭୟ ଘରେ ନଜଣାଇ ଫେରାର ହୋଇଯାଇଥିଲେ । ସେମାନେ ଭୁବନେଶ୍ୱରରେ ରହୁଥିବା ବେଳେ କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ପୁଅର ସନ୍ଧାନ ପାଇଥିଲେ। ପୁଅର ପରିବାର ଲୋକେ ପୁରୀର ନୃସିଂହ ନାଥ ମନ୍ଦିରରେ ଉଭୟଙ୍କ ବିବାହ କରେଇ ଘରକୁ ଆଣିଥିଲେ ।

ପୁଅ ବୋହୂ ଖୁସିରେ ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ବୋହୂ ହରିପ୍ରିୟା ପାଠ ପଢିବାକୁ ଇଛା କରିଥିଲା। ପରିବାର ଲୋକ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ହରିପ୍ରିୟାକୁ +3 ଆର୍ଟ୍ସରେ ଆଡ୍‌ମିସନ କରାଇଲେ। ପ୍ରତିଦିନ ଭଳି ସାବିତ୍ରୀ ବ୍ରତର ପରଦିନ ଅର୍ଥାତ ମଙ୍ଗଳବାର ପରୀକ୍ଷା ଦେବାକୁ ଯାଇଥିଲା ହରିପ୍ରିୟା ନିଜ ସ୍ୱାମୀଙ୍କ ସ୍କୁଟିରେ ବସି। ପରୀକ୍ଷା ସରିବା ପରେ ସ୍ୱାମୀ କଲେଜରୁ ସ୍ତ୍ରୀକୁ ଆଣିବାକୁ ଗଲେ। ହେଲେ ପରୀକ୍ଷା ହଲ୍‌ରୁ ହରିପ୍ରିୟା ବାହାରିବା ସମୟରେ ଏକ କାର୍ ଆସି ଲାଗିଲା କଲେଜ୍‌ ଗେଟ୍ ସାମ୍ନାରେ। ହରିପ୍ରିୟା କାର୍ ଗେଟ୍‌ ଖୋଲି କାର୍‌ରେ ବସିଲେ ଆଉ କୁଆଡେ ପଳାଇଥିଲେ, ଆଉ ତା’ପର ଠାରୁ ପାଗଳ ପରି ସ୍ତ୍ରୀକୁ ଖୋଜୁଥିଲେ ସ୍ୱାମୀ । ଏବେ ସ୍ତ୍ରୀକୁ ଖୋଜିବା ପରେ ସ୍ୱାମୀର ଖୁସି ଦେଖେ କିଏ . .

Special Story
Advertisment
Advertisment