/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640073178.jpg)
tapaswini case
ବ୍ରହ୍ମପୁର : ଗ୍ରୀଲ ଭାଙ୍ଗି ଘରେ ପଶିବା ପରେ ଭୟରେ ସୁମିତଙ୍କ ଜେଜେ ମା’ । ଆଜି ଏକ ଭିଡିଓ ରିଲିଜ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ତପସ୍ୱିନୀ, ପ୍ରମିଳା ତ୍ରିପାଠୀ କାଲି ଘରେ ଧସେଇ ପଶିଛନ୍ତି । ଅନେକ ମହିଳା ତାଙ୍କ ସହ ହୋହାଲ୍ଲା କରି ଘରେ ପଶିଥିଲେ । ଏପରିକି ସେମାନେ ତାଲା ପକେଇ ରଖିଛନ୍ତି । ଘର ପ୍ରତି ଘୋର ବିପଦ ରହିଛି । ନିଜ ଘରେ ରହିବା ପାଇଁ ଭାରି ଭୟ ଲାଗୁଛି । ନିଜର ସ୍ୱାସ୍ଥ୍ୟାବସ୍ଥା ଭଲନଥିବା ବେଳେ ପରିବାର ଲୋକଙ୍କୁ ଓ ମୋତେ ଉଦ୍ଧାର କର ବୋଲି କଲେକ୍ଟରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ତାଙ୍କ ଜେଜେମା’ ।
ସେପଟେ ଡାକ୍ତର ସୁମିତ ସାହୁଙ୍କ ଘର ଗ୍ରିଲ୍ ଭାଙ୍ଗିବା ଘଟଣାରେ ଥାନାରେ ଏତଲା ଦେଇଛନ୍ତି ବାପା । ଥାନାରେ ଏତଲା କରିଛନ୍ତି ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ତପସ୍ୱିନୀ, ତାଙ୍କ ବାପା, ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ସହଯୋଗୀଙ୍କ ନାଁରେ ଏତଲା ଦିଆଯାଇଛି । ଏହି ସମସ୍ତଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ଅନଲାଇନ ଏତଲା କରାଯାଇଛି । କାଲି ସୁମିତଙ୍କ ବ୍ରହ୍ମାନଗର ଘରେ ଧସେଇ ପଶିଥିଲେ ବହୁ ସଂଖ୍ୟାରେ ମହିଳା ।
ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ହୋହଲ୍ଲା କରିବା ସହ ଗେଟ୍ ଭାଙ୍ଗି ଦେଇଥିଲେ । ଏହା ପରଠୁ ଘର ଗ୍ୟାରେଜ୍ ରୁମରେ ରହିଛନ୍ତି ତପସ୍ୱିନୀ । ଆଉ ତପସ୍ୱିନୀ ଙ୍କୁ ସୁରକ୍ଷା ଯୋଗାଇବା ସହ ବ୍ରହ୍ମାନଗରରେ ଆଜି ୧୪୪ ଧାରା ଜାରି କରାଯାଇଛି । ଅନିର୍ଦ୍ଦିଷ୍ଟକାଳ ପାଇଁ ଏହି ଧାରା ଲଗାଯାଇଛି । ଘଟଣାସ୍ଥଳରେ ଗହଳି ହେଉଥିବା କାରଣରୁ ପୋଲିସ ଏପରି ପଦକ୍ଷେପ ନେଇଛି । କେବଳ ଏତିକି ନୁହେଁ ବରଂ ତପସ୍ୱିନୀଙ୍କ ଶ୍ୱଶୁର ଘର ସାମ୍ନାରେ ୨ ସେକ୍ସନ ଫୋର୍ସ ମୁତୟନ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)