Advertisment

ଏମ୍‌ସରେ ବେଡ୍‌ ନାହିଁ ! କେଉଁଠି ହେବ 'ଗାଣ୍ଡୁ'ଙ୍କ ଚିକିତ୍ସା?

ପଙ୍କଳବାଡି ଗାଁର ଗାଣ୍ଡୁ ବେହେରା ଗତ ଏକ ମାସ ହେଲା କୋମାରେ ଥାଇ ଡାକ୍ତରଖାନାରୁ ଡାକ୍ତରଖାନା ବୁଲୁଛନ୍ତି। କିନ୍ତୁ ଉପଯୁକ୍ତ ଚିକିତ୍ସା ପାଉ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। କିଛି ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହାୟତାରେ ଗାଣ୍ଡୁ ସୁରଟରୁ ଓଡିଶା ଆସିଥିଲେ। କିନ୍ତୁ ଏଠି ଅବସ୍ଥା ସାଂଘାତିକ ଥିବା କହିଛନ୍ତି ତାଙ୍କ ପରିବାର ଲୋକେ।

ଅଦ୍ୟତନ ହୋଇଛି
ଭୁବନେଶ୍ୱର ଏମ୍‌ସକୁ ଆସିଥିବା ରୋଗୀ ଗାଣ୍ଡୁ ବେହେରା

ଭୁବନେଶ୍ୱର ଏମ୍‌ସକୁ ଆସିଥିବା ରୋଗୀ ଗାଣ୍ଡୁ ବେହେରା

Advertisment

ଭୁବନେଶ୍ୱର: ଭଲ ଚିକିତ୍ସା ମିଳିବା ଆଶାରେ ଗୁଜରାଟ ସୁରଟରୁ ଭୁବନେଶ୍ୱର ଏମ୍‌ସକୁ ବାହାରିଲେ। ଶହ ଶହ କିଲୋମିଟର ପାର ହୋଇ ପହଞ୍ଚିଗଲେ ଏମ୍ସ ଦ୍ୱାରରେ। ହେଲେ ଢୋ ଢୋ ବର୍ଷାରେ ଘଣ୍ଟା ଘଣ୍ଟା ଧରି ଏମ୍‌ସ ଗେଟ୍ ଆଗରେ ଠିଆହୋଇରହିଲା ଆମ୍ବୁଲାନ୍ସ କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହୋଇପାରିଲେନି ରୋଗୀ।ଏମ୍‌ସରେ ବେଡ ଖାଲି ନଥିବାରୁ ଏଠାରେ ରୋଗୀଙ୍କୁ ଭର୍ତ୍ତି କରାଯାଇ ପାରିବନି ବୋଲି କର୍ତ୍ତୃପକ୍ଷ ସିଧା ସିଧା ମନା କରିଦେଲେ। ଏତିକିରେ ସରିଲା ନାହିଁ ସମସ୍ୟା। ଶେଷରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଅନ୍ୟତ୍ର ଗଡିଲା ଆମ୍ବୁଲାନ୍ସ। ଏଭଳି ସମସ୍ୟାରେ ସମ୍ମୁଖୀନ ହେବା ସହ ଏନେଇ ଅଭିଯୋଗ ଉଠାଇଛନ୍ତି ଗଞ୍ଜାମ କବିସୂର୍ଯ୍ୟନଗର ପଙ୍କଳବାଡି ଗାଁର ରୋଗୀ ଗାଣ୍ଡୁ ବେହେରାଙ୍କ ପରିବାର ଲୋକେ। 

Advertisment

ପଙ୍କଳବାଡି ଗାଁର ଗାଣ୍ଡୁ ବେହେରା ଗତ ଏକ ମାସ ହେଲା କୋମାରେ ଥାଇ ଡାକ୍ତରଖାନାରୁ ଡାକ୍ତରଖାନା ବୁଲୁଛନ୍ତି। କିନ୍ତୁ ଉପଯୁକ୍ତ ଚିକିତ୍ସା ପାଉ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। କିଛି ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହାୟତାରେ ଗାଣ୍ଡୁ ସୁରଟରୁ ଓଡିଶା ଆସିଥିଲେ। କିନ୍ତୁ ଏଠି ଅବସ୍ଥା ସାଂଘାତିକ ଥିବା କହିଛନ୍ତି ତାଙ୍କ ପରିବାର ଲୋକେ। 

ବର୍ତ୍ତମାନ କେଉଁ ଡାକ୍ତରଖାନାରେ ଗାଣ୍ଡୁର ଚିକିତ୍ସା କରିବେ, ତାକୁ ନେଇ ଚିନ୍ତାରେ ପରିବାର ଓ ସମ୍ପର୍କୀୟ। ସ୍ୱଚ୍ଛଳ ଅର୍ଥ ରୋଜଗାର ଆଶାରେ ଗାଣ୍ଡୁ ସୁରଟ ଯାଇଥିଲେ। ସୁରଟରୁ କୌଣସି କାମରେ ଚେନ୍ନାଇ ଯିବା ବେଳେ ଷ୍ଟେସନରେ ପଡି ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେବେଠାରୁ ପ୍ରାୟ ଏକ ମାସ ହେବ କୋମାରେ ଅଛନ୍ତି ଗାଣ୍ଡୁ। ତେବେ କେଉଁ କାରଣ ପାଇଁ ଭୁବନେଶ୍ୱର ଏମ୍ସରେ ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇପାରିଲାନି, ସେନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। 

Advertisment

ରିପୋର୍ଟ: ଅରିନ୍ଦମ ଦାସ ଏବଂ ଶୈଳେଶ ଚମ୍ପାନାରିଆ

Bhubaneswar AIIMS Surat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ