Advertisment

ଜଙ୍ଗଲରୁ ଚାଲିଆସି ଫୁଟବଲ୍ ଖେଳିଲେ ଦୁଇ ଭାଲୁ, ଭିଡିଓ ଭାଇରାଲ

ପଡ଼ିଆରେ ରହିଯାଇଥିବା ଫୁଟବଲକୁ ପାଇଥିଲେ ଭାଲୁ। ଆଉ ତାପରେ ଭାଲୁ ଖେଳିଥିଲେ ଫୁଟବଲ। ବେଶ କିଛି ସମୟ ପାଇଁ ଭାଲୁମାନେ ଫୁଟବଲ ସହ ଖେଳିଥିଲେ। ମୁହଁରେ ଫୁଟବଲ ଧରି ଫୋପାଡ଼ିବା, ତାକୁ ଧରି ବୁଲିବା ଓ ପରସ୍ପର ମଧ୍ୟରେ ଖେଳିବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ କିଛି ଦୂରରେ ରହି ଗାଁ ଲୋକେ ଏହି ଦୃଶ୍ୟ ଦେଖିଥିଲେ।

ଅଦ୍ୟତନ ହୋଇଛି
Bear Play Football

Bear Play Football

Advertisment

ଉମରକୋଟ: ଫୁଟବଲ୍‌ ଖେଳିଲେ ଦୁଇଟି ଭାଲୁ। ତାହା ବି ପୁଣି ପଡ଼ିଆରେ। ଯେଉଁ ଫୁଲବଲ୍‌ରେ ପିଲା ଖେଳୁଥିଲେ, ସେଇ ଫୁଟ୍‌ବଲ ନେଇ ଖେଳିଲେ ଦୁଇ ଭାଲୁ। ଏହା କୌଣସି ପ୍ରଦର୍ଶନୀ ମ୍ୟାଚ୍ କିମ୍ବା ସର୍କସ ନଥିଲା, ବରଂ ଛୋଟ ପିଲାଙ୍କ ଖେଳପଡ଼ିଆ ଏସବୁ ଚାଲିଥିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସୁଖିଗାଁ ଗ୍ରାମରେ। ଦୁଇଟି ଭାଲୁର ଫୁଟବଲ୍ ଖେଳ ଭିଡିଓ ଭାଇରାଲ ପରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। 

Advertisment

ସୂଚନା ଅନୁସାରେ, ଉମରକୋଟ ବ୍ଲକ୍ ସୁଖିଗାଁ ଗ୍ରାମର କେତେ ଜଣ ଯୁବକ ପ୍ରତିଦିନ ଭଳି ଗତକାଲି(ଶନିବାର) ଅପରାହ୍ନରେ ମଧ୍ୟ ନିଜ ଗ୍ରାମ ନିକଟରେ ଥିବା ଖେଳ ପଡିଆରେ ଫୁଟବଲ୍ ଖେଳୁଥିଲେ। ଠିକ୍ ସେହି ସମୟରେ ଖେଳ ପଡିଆକୁ ଲାଗି ରହିଥୁବା ଜଙ୍ଗଲରୁ ଦୁଇଟି ଭାଲୁ ଉକ୍ତ ଖେଳ ପଡିଆକୁ ଚାଲିଆସିଥିଲେ। ଭାଲୁ ଦୁଇକୁ ଦେଖି ଯୁବକ ମାନେ ବଲ୍ ଛାଡି ଭୟରେ ଦୌଡି ଥିଲେ।

Advertisment

ହେଲେ ପଡ଼ିଆରେ ରହିଯାଇଥିବା ଫୁଟବଲକୁ ପାଇଥିଲେ ଭାଲୁ। ଆଉ ତାପରେ ଭାଲୁ ଖେଳିଥିଲେ ଫୁଟବଲ। ବେଶ କିଛି ସମୟ ପାଇଁ ଭାଲୁମାନେ ଫୁଟବଲ ସହ ଖେଳିଥିଲେ। ମୁହଁରେ ଫୁଟବଲ ଧରି ଫୋପାଡ଼ିବା, ତାକୁ ଧରି ବୁଲିବା ଓ ପରସ୍ପର ମଧ୍ୟରେ ଖେଳିବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ କିଛି ଦୂରରେ ରହି ଗାଁ ଲୋକେ ଏହି ଦୃଶ୍ୟ ଦେଖିଥିଲେ।

ପରେ ଉକ୍ତ ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଖପାଖ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ। ଉକ୍ତ ଘଟଣା ପରେ  ଲୋକଙ୍କୁ ସଚେତନ କରାଯାଉଥିବା ନେଇ ଉମରକୋଟ ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

Advertisment
Bear Football
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ