Advertisment

ଭାଲୁ ସହ ମଜା ମହଙ୍ଗା ପଡ଼ିଲା: ହସ୍ପିଟାଲରେ ଭର୍ତ୍ତି ହେଲେ ଗାଇଡ୍

ନନ୍ଦନକାନନରେ ପୁଣି ଅଘଟଣ ଘଟିଛି। କିଛି ଦିନ ତଳେ ଟୟ ଟ୍ରେନ୍‌ ନିଆଁ ଲାଗିଯାଇଥିଲା। ଭୟରେ ଟ୍ରେନ୍‌ରେ ଥିବା ଯାତ୍ରୀ ଡେଇଁପଡ଼ିଥିଲେ।

Nandankanan Zoo

Nandankanan Zoo

Advertisment

ଭୁବନେଶ୍ୱର: ନନ୍ଦନକାନନରେ ଭାଲୁ ଆକ୍ରମଣ। ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାଲୁ ଆକ୍ରମଣରେ ଜଣେ ଟୁରିଷ୍ଟ ଗାଇଡ୍ ଆହତ ହୋଇଥିବା ସୂଚନା ମିଳିଛି। ଆଜି ଅପରାହ୍ନରେ ୪ଟାରେ ଏହି ଅଘଟଣ ପରେ ନନ୍ଦନକାନନ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଗାଇଡ ଜଣକ ଭାଲୁ ସଫାରୀରେ ପର୍ଯ୍ୟଟକଙ୍କୁ ବୁଲାଇବାକୁ ନେବାବେଳେ ଆକ୍ରମଣର ଶିକାର ହୋଇଛନ୍ତି। ଆହତ ଗାଇଡଙ୍କ ନାଁ ନିବାସ ବେହେରା। ଭାଲୁ ଆକ୍ରମଣର ଶିକାର ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଛି।

Advertisment

ନନ୍ଦନକାନନରେ ଭାଲୁ ଆକ୍ରମଣ ଘଟଣାକୁ ନେଇ ଉପନିର୍ଦ୍ଦେଶକ କହିଛନ୍ତି- ନନ୍ଦନକାନନରେ କୌଣସି ଜନ୍ତୁଙ୍କୁ ଖାଦ୍ୟ ଦେବା ନେଇ ନିୟମ ନାହିଁ। ଗାଇଡଜଣଙ୍କ ଖାଦ୍ୟ ଦେଉଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ଭାଲୁ ଆକ୍ରମଣରେ ଗାଇଡଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଗାଇଡଙ୍କୁ ଏନେଇ ସ୍ପଷ୍ଟୀକରଣ ମଗାଯାଇଛି। ଗାଇଡଙ୍କ ଦାୟିତ୍ୱରେ ଥିବା ସଂସ୍ଥା ସହ କାଲି ବୈଠକ ଥିବା ନେଇ ଉପନିର୍ଦ୍ଦେଶକ କହିଛନ୍ତି। 

Bhubaneswar Nandankanan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ