• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାସୁଦେବପୁର( କିରୀଟି ଦାସ) : ବୟସ ପାଞ୍ଚ ପୂରିନି । ଯେଉଁ ବୟସରେ ଖେଳକୁଦ କରିବା କଥା, ସେହି ବୟସରେ ଦେଶ ବିଦେଶର ନାମ, ରାଜଧାନୀ ସହ ଗ୍ରହ ନକ୍ଷେତ୍ର ଓ ଉଦ୍ଭାବକଙ୍କ ନାମ କହୁଛନ୍ତି । କେବଳ ଏତିକି ନୁହେଁ ଅନର୍ଗଳ ଇଂରାଜୀ ଶବ୍ଦ ଉଚ୍ଚାରଣ କରିବା ସହ ନିର୍ଭୁଲ ଭାବରେ ବନାନ ମଧ୍ୟ କହିପାରୁଛନ୍ତି । ଆଉ ଏହି ବିସ୍ମୟ ପ୍ରତିଭା ପାଇଁ ତାଙ୍କ ନାମ ଏବେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛି ।

ଅନ୍ୱେଷା ସାହୁ । ବୟସ ମାତ୍ର ୪ବର୍ଷ ୧୧ମାସ । ବାସୁଦେବପୁର ମିରାକଲ ପବ୍ଲିକ ସ୍କୁଲର ୟୁକେଜିରେ ପଢ଼ନ୍ତି । ଯେଉଁ ବୟସର ପିଲାମାନେ ଅକ୍ଷର ଚିହ୍ନିବା ଆଉ ଲେଖିବା ଶିଖନ୍ତି ସେହି ବୟସରେ ଅନ୍ୱେଷା ରେକର୍ଡ କରି ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ଋତୁ, ଗ୍ରହ, ମହାଦେଶ, ମହାସାଗର, ଶରୀରର ଅଙ୍ଗ, ଦେଶର ରାଜ୍ୟ ଓ ସେମାନଙ୍କ ରାଜଧାନୀର ନାମ କହିପାରୁଛନ୍ତି । ଏହାସହ ଇଂରାଜୀରେ ବନାନ, ସଂସ୍କୃତରେ ଶୋଳ୍କ, ବେଦ ଉଚ୍ଚାରଣ ଅନର୍ଗଳ କହି ପାରୁଛନ୍ତି ।

indian book of record କୁନି ପ୍ରତିଭା ଅନ୍ୱେଷାଙ୍କ ମା’

ଛୋଟବେଳୁ ତା’ର ପ୍ରଖର ସ୍ମରଣ ଶକ୍ତି । ଯାହା କହିଲେ, ଥରକେ ମନେ ରଖିଦିଏ । ଆଉ ସେଥିପାଇଁ ଅଢ଼େଇ ବର୍ଷରୁ ରାଜ୍ୟ, ରାଜ୍ୟର ରାଜଧାନୀ, କେନ୍ଦ୍ର ଶାସିତ ଅଞ୍ଚଳ ଆଦି ପଚାରିଲେ ଖୁବ ଶୀଘ୍ର ଉତ୍ତର ଦେଇଦିଏ । ଆଉ ତା’ପରେ ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଥିଲା । ସେ ଏବେ ଓଡ଼ିଶୀ ଶିଖୁଛି । ୟୁଟ୍ୟୁବ୍ ଚ୍ୟାନେଲରେ ତା’ର ପ୍ରତିଭା ସବୁକୁ ରେକର୍ଡ କରି ପୋଷ୍ଟ କରେ । ଜାତୀୟ ସ୍ତରରେ ସଫଳତା ପାଇବା ପରେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରୁଛୁ ବୋଲି ତାଙ୍କ ମା’ କହିଛନ୍ତି ।

କମ ବୟସରୁ ପିଲାର ଏହି ପ୍ରତିଭା ଦେଖି ବାପା ମା ବେସ ଖୁସି ହେବା ସହ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ପାଇଁ ଆବେଦନ କରିଥିଲେ । ଆବେଦନ ପରେ ଅନଲାଇନରେ ଅନ୍ୱେଷାଙ୍କ ପରୀକ୍ଷା ନିଆଯାଇଥିଲା । ଆଉ ଚଳିତ ମାସ ସେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ତାଙ୍କ ନାମ ସ୍ଥାନ ପାଇଥିଲା । ଏଥିପାଇଁ ତାଙ୍କୁ ମାନପତ୍ର, ପଦକ, ରେକର୍ଡ଼ ବୁକ୍, ଏକ ସୁନ୍ଦର କଲମ, ଆଇକାର୍ଡ ସହିତ ଏକ ବ୍ୟାଚ ଦିଆଯାଇ ସମ୍ମାନିତ କରାଯାଇଛି ।

ଅନ୍ୱେଷାଙ୍କ ମା ଜଣେ ସାଧାରଣ ଗୃହିଣୀ ହୋଇଥିବା ବେଳେ ବାପା ସଫ୍ଟୱେର ଇଂଜିନିୟରିଂ ଚାକିରୀ ଛାଡି ଏବେ ବାସୁଦେବପୁର ସହରରେ ସୁନା ଦୋକାନ କରିଛନ୍ତି । ୨ ବର୍ଷ ବୟସରୁ ଝିଅର ପ୍ରତିଭା ଜଣା ପଡିଯାଇଥିଲା । ଝିଅ ଯେଉଁ କଥା ଗପ ଅବା ଶୋଳ୍କ ଥରେ ଶୁଣନ୍ତୁ ତାହା ତୁରନ୍ତ ମନେ ରହିଯାଏ । ପିଲା ବେଳରୁ ଝିଅର ଏହି ମନେ ରଖିବା ପ୍ରତିଭା ଦେଖି ତାକୁ ଆହୁରି ଅଧିକ ଉତ୍ସାହିତ କଲେ ।