Advertisment

ନକ୍ସଲଙ୍କ ସହ ଲଢିବେ ବସ୍ତର ଟାଇଗର ଫୋର୍ସ

ଟ୍ରେନିଂ ନେଉଥିବା କିଛି ବଛା ବଛା ଯୁବକ ଯୁବତୀଙ୍କୁ ନେଇ ଗଠନ ହେବ ବସ୍ତର ଟାଇଗର ଫୋର୍ସ। ଅବିଭକ୍ତ ବସ୍ତରର ୮ଟି ଜିଲ୍ଲାରେ ମୋଟ ୨୮୦୦ ପଦବୀରେ ଏମାନଙ୍କୁ ଭର୍ତ୍ତି କରାଯିବ। ପିଲାଦିନୁ ଏମାନଙ୍କ ସମୟ ବିତିଛି ଘଞ୍ଚ ଜଙ୍ଗଲ ଓ ମାଓବାଦୀଙ୍କ ସଂସ୍ପର୍ଶରେ।

ବସ୍ତର ଟାଇଗର ଫୋର୍ସ

ବସ୍ତର ଟାଇଗର ଫୋର୍ସ

Advertisment

ମାଲକାନଗିରି: ମାଓ ଦମନ ନେଇ ଛତିଶଗଡ଼ ପୋଲିସର ନୂଆ ଷ୍ଟ୍ରାଟେଜି। ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ଲଢିବେ ବସ୍ତର ଟାଇଗର ଫୋର୍ସ। ଏ ହେଉଛି ଛତିଶଗଡ ଦନ୍ତେୱାଡା ଜିଲ୍ଲା ପୁଲିସ କ୍ୟାମ୍ପ ଯେଉଁଠି ତାଲିମ ନେଉଛନ୍ତି ଲାଲ ଇଲାକାର ଆଦିବାସୀ। ଯୁବକ ଯୁବତୀ ସକାଳୁ ସନ୍ଧ୍ୟା ଯାଏଁ କଠିନ ପ୍ରଶିକ୍ଷଣ।  ପ୍ରଥମେ ବ୍ୟାୟାମ ଆଉ ତାପରେ ରନିଂ, ଲଙ୍ଗ ଜମ୍ପ, ହାଇ ଜମ୍ପ ଏବଂ ସଟ୍ ପୁଟ୍‌ର ତାଲିମ ଦେଉଛନ୍ତି। ଟ୍ରେନର କମ୍ବିଂ ବେଳେ ଜଙ୍ଗଲରୁ ଖସିଯାଉଥିବା ନକ୍ସଲଙ୍କୁ ଧରିବାକୁ ଦିଆଯାଉଛି ସବୁ ପ୍ରକାରର ଟ୍ରେନିଂ। ଆଉ ଏସବୁର ପରିଚାଳନା କରୁଛନ୍ତି ନିଜେ ଦନ୍ତେୱାଡା ଏସ୍‌ପି।

Advertisment

ଟ୍ରେନିଂ ନେଉଥିବା କିଛି ବଛା ବଛା ଯୁବକ ଯୁବତୀଙ୍କୁ ନେଇ ଗଠନ ହେବ ବସ୍ତର ଟାଇଗର ଫୋର୍ସ। ଅବିଭକ୍ତ ବସ୍ତରର ୮ଟି ଜିଲ୍ଲାରେ ମୋଟ ୨୮୦୦ ପଦବୀରେ ଏମାନଙ୍କୁ ଭର୍ତ୍ତି କରାଯିବ। ପିଲାଦିନୁ ଏମାନଙ୍କ ସମୟ ବିତିଛି ଘଞ୍ଚ ଜଙ୍ଗଲ ଓ ମାଓବାଦୀଙ୍କ ସଂସ୍ପର୍ଶରେ। ଗାଁ ଗାଁରେ କିଏ ମାଓବାଦୀଙ୍କୁ ସହଯୋଗ କରୁଛି ତାହା ବି ସେମାନଙ୍କୁ ଜଣା। ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଭାଷା ଓ ରାସ୍ତାଘାଟ ବାବଦରେ ମଧ୍ୟ ସେମାନେ ବେଶ୍ ଅବଗତ। ତେଣୁ ମାଓ ଅଧ୍ୟୁଷିତ ଅଞ୍ଚଳର ଏହି ଯୁବକ ଯୁବତୀଙ୍କୁ ନେଇ ଫୋର୍ସ ଗଠନ କରିବା ସହ ମାଓଦମନରେ ବଡ ଧରଣର ସଫଳତା ପାଇବାକୁ ଆଶା ରଖିଛି ଛତିଶଗଡ ପୋଲିସ।

ବର୍ଷ ବର୍ଷ ଧରି ମାଓବାଦୀଙ୍କ ନାଲି ଆଖିରେ ସେମାନଙ୍କୁ ସହଯୋଗ କରିଆସୁଥିଲେ ଏବଂ ପ୍ରଶାସନ ଓ ପୁଲିସକୁ ବିରୋଧ କରୁଥିଲେ କିନ୍ତୁ ଏବେ ମନ ବଦଳିଛି  ଅଂଚଳକୁ ମାଓମୁକ୍ତ କରିବା ସହ ବିକାଶ ପହଁଚାଇବାକୁ ଘରୁ ଗୋଡ କାଢିଛନ୍ତି ଶହ ଶହ ଯୁବକ ଯୁବତୀ। ମାଓଦମନ ନେଇ ଖୁବଶୀଘ୍ର ବସ୍ତର ଟାଇଗର ଫୋର୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ କଡା ବିରୋଧ କରିଛି ବସ୍ତର ମାଓ ସଂଗଠନ।

Advertisment
Odisha Fight Against Naxal Mao Area
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ