Advertisment

ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣା: ଲୋକସଭା ବାଚସ୍ପତିଙ୍କୁ ଜଣାଇଲା ବାରିପଦା ଟାଉନ ପୋଲିସ୍‌

ଏହାପରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ଏହି ଘଟଣାରେ ପୋଲିସ ଆଜି ବାରିପଦା ସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ-ନିର୍ଦ୍ଦେଶକ ଅଶ୍ୱନି ମଲ୍ଲିକକୁ ନେଇ ପୋଲିସ କୋର୍ଟରେ ବୟାନ ରେକର୍ଡ କରାଯାଇଛି।

author-image
Sarbeswar
Union Minister Biseswar Tudu

Union Minister Biseswar Tudu

ପିଛା ଛାଡ଼ୁନି କେନ୍ଦ୍ରମନ୍ତ୍ରୀଙ୍କ ବିବାଦ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣାରେ ଆଜି ଘଟଣାର ଧାରା ୧୬୪ ଅନୁଯାୟୀ ବାରିପଦା ଜେଏମଏଫସିଙ୍କ କୋର୍ଟରେ ବୟାନ ରେକର୍ଡ କରାଯାଇଛି। ଗତ ୧୧ତାରିଖ ଦିନ ବାରିପଦାସ୍ଥିତ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ କାର୍ଯ୍ୟାଳୟରେ ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ଏହି ଘଟଣାରେ ପୋଲିସ ଆଜି ବାରିପଦା ସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ-ନିର୍ଦ୍ଦେଶକ ଅଶ୍ୱନି ମଲ୍ଲିକକୁ ନେଇ ପୋଲିସ କୋର୍ଟରେ ବୟାନ ରେକର୍ଡ କରାଯାଇଛି।

Advertisment

ଏହା ସହିତ ପୋଲିସ ମଧ୍ୟ ନିଜର ବୟାନ କୋର୍ଟରେ ଦାଖଲ କରିଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଘଟଣାକୁ ଖଣ୍ଡନ କରିସାରିଥିବା ବେଳେ ନିଜର ଆଗୁଆ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଏପଟେ ବାରିପଦା ଟାଉନ ଥାନା ପୋଲିସ ଘଟଣାର ସବିଶେଷ ତଥ୍ୟ ଲୋକସଭା ବାଚସ୍ପତିଙ୍କୁ ମଧ୍ୟ ଜଣାଇଥିବାର କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ନାମରେ ଏହିପରି ଅଭିଯୋଗ ଆସିବା ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗିରହିଛି।

ତେବେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଅବସରରେ ସେ କହିଥିଲେ ଯେ, ‘ମୁଁ ନଥିବା ଅବସ୍ଥାରେ ମୋ ବିନା ଅନୁମତିରେ ପୋଲିସ ପଶିବା ଦୁର୍ଭାଗ୍ୟଜନକ। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅଫିସରେ ବିନା ଅନୁମତିରେ ପଶିବା ନିନ୍ଦନୀୟ ଘଟଣା। ଶାସକ ଦଳ ବିଜେଡି ହତୋତ୍ସାହିତ ହୋଇ ଏଭଳି କରୁଛି। ଆମର ବିକାଶ ଧାରାରେ ହତୋତ୍ସାହିତ ହୋଇ ବିଜେଡି ଏଭଳି କରୁଛି। ବିଗତ ନିର୍ବାଚନରେ ମୟୂରଭଞ୍ଜରେ ସେମାନଙ୍କ ପରାଜୟ ଯୋଗୁ ହତୋତ୍ସାହିତ ହୋଇପଡ଼ିଛନ୍ତି। ତେବେ ଆସିଥିବା ଅଭିଯୋଗ ମିଥ୍ୟା ଓ ରାଜନୈତିକ ଅଭିସନ୍ଧିମୂଳକ ବୋଲି ବିଶ୍ୱେଶ୍ୱର ଟୁଡୁ କହିଥିଲେ।

Advertisment
Union Minister Biseswar Tudu
Advertisment
Advertisment