Advertisment

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ବନକଲାଗି ବିଭ୍ରାଟ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ନେଇ ଏଜେଣ୍ଡାରେ ସ୍ଥିର ହୋଇନି । ତେବେ ସଭାପତିଙ୍କ ଅନୁମତି କ୍ରମେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ କି ନାହିଁ, ତାକୁ ଅପେକ୍ଷା ରହିଛି ।

ଅଦ୍ୟତନ ହୋଇଛି
Banakalagi rituals

Banakalagi rituals

Advertisment

ଦୁଇ ଦୁଇଥର ସ୍ଥଗିତ ରହିବା ପରେ ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ହେବ । ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ସମୀକ୍ଷା, ସେବକ ଓ ବାସଗୃହ , ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ଆଦି ସଂପର୍କରେ ଆଲୋଚନା କରିବାକୁ ସ୍ଥିର ହୋଇଛି ।

Advertisment

ହେଲେ ବନକଲାଗି ବିଭ୍ରାଟ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ନେଇ ଏଜେଣ୍ଡାରେ ସ୍ଥିର ହୋଇନି । ତେବେ ସଭାପତିଙ୍କ ଅନୁମତି କ୍ରମେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ କି ନାହିଁ, ତାକୁ ଅପେକ୍ଷା ରହିଛି । ନୀଳାଦ୍ରି ବିଜେ ପରଠୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନି । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହପାତ୍ର ସେବକଙ୍କ ମଧ୍ୟରେ ବାରକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ