Advertisment

'ଭାଉଜ ନୁହଁ, ବାବୁସାନଙ୍କ ବେକରେ ପ୍ରକୃତି ଶିକୁଳି ବାନ୍ଧି ରଖିଛନ୍ତି'

ବାବୁସାନଙ୍କ ଘର ଫେରିବା ନେଇ ସମ୍ପର୍କୀୟ ଭଉଣୀ ତୃପ୍ତି ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Trupti Mohanty

Trupti Mohanty

ଚେନ୍ନାଇରୁ ବିମାନ ଯୋଗେ ଆସି ଆଜି ସକାଳେ ବାବୁସାନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଜଗନ୍ନାଥବିହାର ସ୍ଥିତ ଘରକୁ ଯାଇଛନ୍ତି। ‘ପ୍ରଥମେ ମୋ ବାପାମା’ଙ୍କ ପାଖକୁ ଯିବାକୁ ଦିଅନ୍ତୁ ବୋଲି କହିଥିଲେ ବାବୁସାନ । ଯେତେବେଳେ ଯାହା ଦରକାର ପଡ଼ିବ, ତାହା କହିବି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ବାବୁସାନ ।

Advertisment

ବାବୁସାନଙ୍କ ଘର ଫେରିବା ନେଇ ସମ୍ପର୍କୀୟ ଭଉଣୀ ତୃପ୍ତି ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବାବୁସାନ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ନାହାନ୍ତି । ସେ ସୁସ୍ଥ ହେଲେ ନିଶ୍ଚୟ ପୋଲିସ ଏବଂ ମିଡିଆ ଆଗରେ ନିଜର ପ୍ରତିକ୍ରିୟା ରଖିବେ । ଆଗକୁ ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ହୋଇଥିବା କଳହର ନିଶ୍ଚୟ ସମାଧାନ ହେବ ବୋଲି ଆଶା ରଖିଛନ୍ତି ଭଉଣୀ ତୃପ୍ତି ।

ତୃପ୍ତି ଆହୁରି କହିଛନ୍ତି ଯେ, ‘ତାଙ୍କର କୌଣସି ଅଭିନେତ୍ରୀ କିମ୍ବା ପ୍ରକୃତି ମିଶ୍ରଙ୍କ ସହ ଅସୁବିଧା ନାହିଁ, କିନ୍ତୁ ପ୍ରକୃତି ପ୍ରେମମ୍‌ ଫିଲ୍ମ ପରେ ବାବୁସାନଙ୍କ ସହ ଯେଉଁ ପ୍ରେମ ଲୀଳା କଲେ, ସେଥିରେ ଆମର ଅସୁବିଧା ରହିଛି । ପ୍ରକୃତି ଆଗାମୀ ଦିନରେ ବାବୁସାନଙ୍କ ସହ ଫିଲ୍ମ କରନ୍ତୁ, କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ଏବଂ ପାରିବାରିକ ଜୀବନରେ ମୁଣ୍ତ ନ ଖେଳାନ୍ତୁ । ଆଗରୁ ମଧ୍ୟ ବାବୁସାନ ପ୍ରକୃତିଙ୍କ ଠାରୁ ଅନେକ ସୁନ୍ଦର ସୁନ୍ଦର ଅଭିନେତ୍ରୀଙ୍କ ସହ ଫିଲ୍ମ କରିଛନ୍ତି । କିନ୍ତୁ ତାଙ୍କ ସହ ବାବୁସାନଙ୍କର ଏଭଳି କିଛି ଘଟଣା ଘଟି ନାହିଁ । ହେଲେ ଏହି ଘଟଣା ପରେ ପ୍ରକୃତି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ସେ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି । ସେ ଜାଣି ରଖିବା ଦରକାର କି ତୃପ୍ତି ମହାନ୍ତିଙ୍କ ଏଜୁକେସନ୍‌ କ୍ୱାଲିଫିକେସନ୍‌ କ’ଣ ? ଆଉ ସେ କାହିଁକି ପ୍ରକୃତିଙ୍କୁ ନେଇ ଜେଲସ୍‌ ହେବେ’ ।

Advertisment

ଭଉଣୀ ତୃପ୍ତିଙ୍କ କହିବାନୁଯାୟୀ ‘ଯଦି ପ୍ରକୃତି ନିଜକୁ ବାବୁସାନଙ୍କ ଭଲ ସାଙ୍ଗ ବୋଲି କହୁଛନ୍ତି, ତେବେ ସେ ବାବୁସାନଙ୍କ ଘର କିପରି ଭାଙ୍ଗିଲେ? ସ୍ୱାମୀକୁ କାହିଁକି ସ୍ତ୍ରୀଠୁ ଦୂରେଇଲେ ? ଛୋଟ ଛୁଆକୁ କାହିଁକି ତା’ବାପାଠୁ ଦୂରେଇଲେ ? ବାବୁସାନଙ୍କର ଏବେ ଗୋଟେ ଭୁଲ୍‌ କି ସେ ଭୁଲ୍‌ ମଣିଷ ସହ ବନ୍ଧୁତା ରଖିଥିଲେ ଏବଂ ଭୁଲ ମଣିଷକୁ ବିଶ୍ୱାସ କରିଥିଲେ । ପ୍ରକୃତି କହୁଛନ୍ତି କି ତାଙ୍କ ପତ୍ନୀ ବାବୁସାନଙ୍କୁ ଶିକୁଳି ବାନ୍ଧି ରଖନ୍ତୁ, କିନ୍ତୁ ବାବୁସାନଙ୍କୁ ଶିକୁଳି ବାନ୍ଧି ରଖିଛନ୍ତି ପ୍ରକୃତି’ । ତେବେ ତୃପ୍ତିଙ୍କ ଏଭଳି ଅଭିଯୋଗ ଉପରେ ପ୍ରକୃତିଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Babushan Mohanty Trupti Mohanty Prakruti Mishra
Advertisment
Advertisment