Advertisment

ବାବା ଭେଙ୍ଗାଙ୍କ ୨୦୨୩ର ଅନେକ କଥା ସତ ହେଲାଣି, ବର୍ଷ ଶେଷ ଭିତରେ ରହିଛି ଏମିତି ଭୟଙ୍କର ଭବିଷ୍ୟବାଣୀ

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ସମଗ୍ର ବିଶ୍ୱ ବିଶ୍ୱାସ କରେ। ସେ ୨୦୨୩ ପାଇଁ କରିଥିଲେ ଅନେକ ଭବିଷ୍ୟବାଣୀ। ସେଥିରୁ କେତେ ସତ ମଧ୍ୟ ହୋଇଛି। ଆହୁରି ୬ ମାସ ଭିତରେ ରହିଛି ଅନେକ ଭୟଙ୍କର ଭବିଷ୍ୟବାଣୀ। ଭାରତ ପାଇଁ କରିଥିବା ଭବିଷ୍ୟବାଣୀ ମଧ୍ୟ ସତ ହୋଇଛି।

ଅଦ୍ୟତନ ହୋଇଛି
Baba Vanga Predictions 2023

Baba Vanga predictions 2023 know how many came true

Advertisment

ଭବିଷ୍ୟବାଣୀ କଥା ଉଠିଲେ ମନକୁ ହଠାତ ଚାଲି ଆସନ୍ତି ମାଳିକାର ସ୍ରଷ୍ଟା ଅଚ୍ୟୁତାନନ୍ଦ ଦାସ। ଭାରତରେ ଯାହା ବି କିଛି ଘଟଣା-ଦୁର୍ଘଟଣା ଘଟେ ଲୋକେ ମାଳିକା ବଚ୍ଚନ କଥା କୁହନ୍ତି। କିନ୍ତୁ କିଛିଦିନ ହେଲା ଜଣେ ବୈଦେଶିକ ଭବିଷ୍ୟଦ୍ରଷ୍ଟା ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଅନେକ ଭବିଷ୍ୟବାଣୀ ସତ ହେଉଥିବା କୁହାଯାଉଛି। ଏହି ବାବା ହେଲେ ବୁଲଗେରିଆର ବାବା ଭେଙ୍ଗା।

Advertisment

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ସମଗ୍ର ବିଶ୍ୱ ବିଶ୍ୱାସ କରେ। ଭବିଷ୍ୟ‌ଦ୍‌ବକ୍ତା ବାବା ଭେଙ୍ଗାଙ୍କ ପ୍ରକୃତ ନାଁ ଥିଲା ଭାଙ୍ଗେଲିଆ ପାଣ୍ଡେଭା ଗୁଶ୍‌ତରଭା। ସେ ଥିରେ ବୁଲଗେରିଆର ଜଣେ ମହିଳା ଫକିର। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୨ ବର୍ଷ ବୟସରେ ସେ ତାଙ୍କର ଦୃଷ୍ଟି ଶକ୍ତି ହରେଇଥିଲେ। ସେ ୧୧ ଅଗଷ୍ଟ ୧୯୯୬ ରେ ୮୬ ବର୍ଷ ବୟସରେ ଦେହାନ୍ତ କରିଥିଲେ। ବାବା ଭେଙ୍ଗା ତାଙ୍କ ମୃତ୍ୟୁ ପୂର୍ବରୁ ୫୦୭୯ ବର୍ଷ ପର୍ଯ୍ୟନ୍ତ ପୂର୍ବାନୁମାନ କରିଯାଇଛନ୍ତି।

ଅଧିକ ପଢ଼ନ୍ତୁ: ଆସୁଛି ବଡ଼ ବିପଦ ! ଭାରତକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

Advertisment

ସୋଭିଏତ ସଂଘର ବିଚ୍ଛିନ୍ନତା, ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦାର ୯/୧୧ ଆକ୍ରମଣ, ଆଇଏସ୍‌ଆଇଏସ୍‌ର ବୃଦ୍ଧି ଭଳି ଅନେକ ଭବିଷ୍ୟବାଣୀ ବାବା ଭେଙ୍ଗା କରିଥିଲେ। ବାବା ଭେଙ୍ଗା ଦୁନିଆଁର ସମାପ୍ତ ହେବା ଠାରୁ ନେଇ ଯୁଦ୍ଧ ଏବଂ ବିପର୍ଯ୍ୟୟର ଭବିଷ୍ୟବାଣୀ ମଧ୍ୟ କରିଥିଲେ।

ବାବା ଭେଙ୍ଗା ୨୦୨୩ ବର୍ଷ ପାଇଁ ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ମଧ୍ୟରୁ ଅନେକ ଏପର୍ଯ୍ୟନ୍ତ ସତ ହୋଇସାରିଛି। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ବାବା ଭେଙ୍ଗାଙ୍କ ବାକି ଭବିଷ୍ୟବାଣୀ ବି କ’ଣ ସତ ହେବ ? ଯଦି ଏହା ଘଟେ, ତେବେ ପୃଥିବୀରେ ବିପର୍ଯ୍ୟୟ ଖେଳିଯିବ। ଏହାକୁ ଭାବି ଲୋକେ ଭୟ ମଧ୍ୟ କରୁଛନ୍ତି।

Advertisment

୨୦୨୩ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ ବୋଲି ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ। ଏହା ସହିତ ପରମାଣୁ ଆକ୍ରମଣ ମଧ୍ୟ ହୋଇପାରେ, ଯେଉଁଥିପାଇଁ ପୃଥିବୀରେ ବିପଦ ସୃଷ୍ଟି ହୋଇପାରେ। ଏହା ବ୍ୟତୀତ ସେ ପୂର୍ବାନୁମାନ କରିଛନ୍ତି ଯେ ୨୦୨୩ ମସିହାରେ ଏକ ପ୍ରମୁଖ ଖଗୋଲୀୟ ଘଟଣା ଘଟିବ ଏବଂ ପୃଥିବୀର କକ୍ଷପଥରେ ପରିବର୍ତ୍ତନ ଆସିବ। ଏହି କାରଣରୁ ପରିବେଶରେ ପରିବର୍ତ୍ତନ ଆସିବ, ଯେଉଁଥିପାଇଁ ପୃଥିବୀକୁ ଗୁରୁତର ପରିଣାମର ସମ୍ମୁଖୀନ ହେବାକୁ ପଡିବ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୩ ମସିହାରେ ବୈଜ୍ଞାନିକମାନେ କିଛି ଅନନ୍ୟ ଉଦ୍ଭାବନ କରିବେ। ଏହା ସନ୍ତାନ ପ୍ରାପ୍ତିର ପ୍ରାକୃତିକ ଉପାୟକୁ ସମାପ୍ତ କରିବ। ବୈଜ୍ଞାନିକମାନଙ୍କର ଏହି ଉଦ୍ଭାବନ ପରେ, ଲ୍ୟାବ୍‌ରେ ପିଲାମାନେ ଜନ୍ମ ହେବେ। ପିତାମାତା ସେମାନଙ୍କର ଲିଙ୍ଗ ଏବଂ ରଙ୍ଗ ମଧ୍ୟ ସ୍ଥିର କରିବେ।

ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀରେ କହିଥିଲେ ଯେ ଏକ ଦେଶ ଜୈବିକ ଅସ୍ତ୍ର ସହିତ ଆକ୍ରମଣ କରିବ, ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇବେ। ଚଳିତ ବର୍ଷ ପାଇଁ ଏହା ଏକ ଦୁଃଖଦ ଘଟଣା ବୋଲି ସେ ବର୍ଣ୍ଣନା କରିଛନ୍ତି। ୨୦୨୩ରେ ଏକ ଭୟଙ୍କର ଯୁଦ୍ଧ ହେବ ଏବଂ ଏକ ସୌର ସୁନାମୀ ଆସିବ ବୋଲି ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ।

ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ପୃଥିବୀର ଅନେକ ସ୍ଥାନରେ ପ୍ରବଳ ଝଡ ହେବାର ସମ୍ଭାବନା ରହିଛି। ସେ କହିଥିଲେ ଯେ ସୌର ଝଡ ମଧ୍ୟ ଆସିପାରେ। ଏହି ଝଡ ଯୋଗୁଁ ପୃଥିବୀରେ ଅନେକ ବିପଜ୍ଜନକ ବିକିରଣ ପଡ଼ିବ। ଏହା ଜୀବନ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହୋଇପାରେ। ଏହି ଝଡ ବିନାଶର କାରଣ ହୋଇପାରେ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଚଳିତ ବର୍ଷ ଏଲିୟନ୍‌ମାନେ ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି। ଏହି ଆକ୍ରମଣରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିପାରନ୍ତି। ସେ ମଧ୍ୟ ଭାରତରେ ଅଯଥା ବର୍ଷା ହେବାର ପୂର୍ବାନୁମାନ କରିଛନ୍ତି। ବିଜୁଳି କେନ୍ଦ୍ରରେ ବିସ୍ଫୋରଣ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଏହା ଦ୍ୱାରା ସମଗ୍ର ବିଶ୍ୱରେ ବିଷାକ୍ତ ବାଦଲ ଛାଇଯିବ। ଏହି କାରଣରୁ, ସମଗ୍ର ଏସିଆ ମହାଦେଶରେ ଅନ୍ଧକାର ବ୍ୟାପିଯିବ। ଏହା ସହିତ ଲକ୍ଷ ଲକ୍ଷ ଲୋକ ସାଙ୍ଘାତିକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି।

ଅଧିକ ପଢ଼ନ୍ତୁ: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ୨୦୨୩ରେ ପୃଥିବୀ ଉପରେ ହେବ ଏଲିଏନମାନଙ୍କ ଆକ୍ରମଣ

ଏହା ବ୍ୟତୀତ ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ ୨୦୨୩ ମସିହାରେ ଏସିଆ ମହାଦେଶରେ ଆଣବିକ ଶକ୍ତି କେନ୍ଦ୍ରରେ ବିସ୍ଫୋରଣ ହୋଇପାରେ। ଏହା ଭାରତ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ଭାରତ ପାଇଁ ୨୦୨୩ରେ ବାବା ଭେଙ୍ଗା ଅଣମୌସୁସୀ ବର୍ଷା ହେବାର ଭବିଷ୍ୟବାଣୀ କରିଥିଲେ। ଏହା ସତ ହୋଇଛି। ଏହି ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରେ ଅଣମୌସୁସୀ ବର୍ଷା ହୋଇଛି। ଖାଲି ଏତିକି ନୁହେଁ ବାବା ଭେଙ୍ଗାଙ୍କ ସୌର ଝଡ ଭଳି ଭବିଷ୍ୟବାଣୀ ମଧ୍ୟ ସତ ହୋଇଛି।

ବୈଜ୍ଞାନିକମାନେ ସୂର୍ଯ୍ୟଙ୍କଠାରେ ପୃଥିବୀଠାରୁ ୨୦ ଗୁଣ ବଡ ଏକ ଛିଦ୍ର ଆବିଷ୍କାର କରିଛନ୍ତି, ଯେଉଁ କାରଣରୁ ଏଥିରୁ ବାହାରୁଥିବା ବିକିରଣ ବିପଜ୍ଜନକ ପ୍ରଭାବ ପକାଉଛି। ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ତୁର୍କୀରେ ଏକ ଭୟଙ୍କର ଭୂକମ୍ପ ହୋଇଛି। ଏଥିରେ ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Baba Vanga Predictions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ