Advertisment

ପାଞ୍ଚ ମିନିଟରେ ଓଲଟା ଗଣେଶ ଚିତ୍ର ଆଙ୍କି ରେକର୍ଡ

କେବଳ ଗଣେଷଙ୍କ ପ୍ରତିମୂର୍ତ୍ତି ନୁହେଁ ମହାତ୍ମାଗାନ୍ଧୀ, କଥକଲ୍ଲୀ ନୃତ୍ୟାଙ୍ଗନ, ମା ଦୁର୍ଗା ଆଦି ଚିତ୍ର ଓଲଟା ଭାବରେ ଅତି ନିଖୁଣ ଚିତ୍ରିତ କରିଛନ୍ତି। କୋଭିଡ ସମୟରେ ଲକଡାଉନ ଚାଲିଥିବାରୁ ଘରେ ରହି ପାଠ ପଢିବା ସହ କିଛି ନିଆରା କଳାକୃତି କରିବା ପାଇଁ ମନ ବଳାଇଥିଲେ ଆୟୁଶ ଏବଂ ସେଥିରେ ସେ ସଫଳ ହୋଇଛନ୍ତି ଏବଂ ଆଗକୁ ଅନେକ ସ୍ୱପ୍ନ ରହିଛି ବୋଲି କହିଛନ୍ତି।

ଆୟୁଷ ମହାପାତ୍ର ଓଲଟା ଆଙ୍କି ରେକର୍ଡ କରିଛନ୍ତି

ଆୟୁଷ ମହାପାତ୍ର ଓଲଟା ଆଙ୍କି ରେକର୍ଡ କରିଛନ୍ତି

Advertisment

ପୁରୀ(ମଧୁସୂଦନ ମିଶ୍ର): ୟୁଟ୍ୟୁବ ସାଜିଲା ଆର୍ଟ ଗୁରୁ। ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଶ ଓଲଟା ଭାବରେ ନିଖୁଣ ଚିତ୍ରିତ କଲେ ଗଣେଶଙ୍କ ପ୍ରତିମୂର୍ତ୍ତି। ପୁରୀ ବାସେଳୀ ସାହି ଅଞ୍ଚଳର  ଆୟୁଷ ମହାପାତ୍ର ବିପରୀତ ଦିଗରେ ମ୍ୟାଜିକାଲ ସ୍ପିଡ ପେଣ୍ଟିଙ୍ଗ ଜରିଆରେ ଗଣେଶ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।ତାଙ୍କର ଏହି ଚିତ୍ର ଆଙ୍କିବାର ନିଶା ପିଲାବେଳୁ ରହିଥିବା ବେଳେ ଆଗକୁ ସେ ଏହି ଚିତ୍ରକଳା ମାଧ୍ୟମରେ ଦେଶ ପାଇଁ ସୁନାମ ଅର୍ଜନ କରିବାକୁ ଲକ୍ଷ ରଖିଛନ୍ତି। ଅନ୍ୟପଟେ କମ୍ ବୟସରୁ ଏଭଳି ଚିତ୍ରକଳା ପ୍ରତି ଆଗ୍ରହ ଓ ସଫଳତାକୁ ନେଇ ପରିବାର ଲୋକେ ବେଶ ଖୁସି ଅନୁଭବ କରିଥିବା ବେଳେ ବିଦେଶ ଯାଇ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ଥିଲେ ମଧ୍ୟ ଅର୍ଥ ଵାଧକ ସାଜିଛି ବୋଲି ଆକୁଳ ନିବେଦନ କରିଛନ୍ତି ଆୟୁଶଙ୍କ ପିତା ମାତା। 

Advertisment

ଚିତ୍ର କଳା ମାଧ୍ୟମରେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇବାରେ ସକ୍ଷମ ହୋଇଛନ୍ତି ପୁରୀ ବାସେଳୀ ସାହି ଅଞ୍ଚଳର ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ ମହାପାତ୍ର। ମ୍ୟାଜିକାଲ ସ୍ପିଡ଼ ପେଣ୍ଟିଙ୍ଗ ଜରିଆରେ ପାଞ୍ଚ ମିନିଟ ମଧ୍ୟରେ ଓଲଟା ଗଣେଶ ଚିତ୍ର ଆଙ୍କି ରେକର୍ଡ କରିଛନ୍ତି। ଇଣ୍ଡିଆ ବୁକ ଅଫ ରେକର୍ଡରେ ତାଙ୍କ ନାମ ସ୍ଥାନିତ ହୋଇଥିବା ବେଳେ ଆଗକୁ ଏହିଭଳି ଅନେକ ଚିତ୍ର ଆଙ୍କି ନିଜ ସହର ତଥା ଦେଶର ନାଁ କରିବାକୁ ଲକ୍ଷ ରଖିଛନ୍ତି ଆୟୁଷ। କେବଳ ଗଣେଷଙ୍କ ପ୍ରତିମୂର୍ତ୍ତି ନୁହେଁ ମହାତ୍ମାଗାନ୍ଧୀ, କଥକଲ୍ଲୀ ନୃତ୍ୟାଙ୍ଗନ, ମା ଦୁର୍ଗା ଆଦି ଚିତ୍ର ଓଲଟା ଭାବରେ ଅତି ନିଖୁଣ ଚିତ୍ରିତ କରିଛନ୍ତି। କୋଭିଡ ସମୟରେ ଲକଡାଉନ ଚାଲିଥିବାରୁ ଘରେ ରହି ପାଠ ପଢିବା ସହ କିଛି ନିଆରା କଳାକୃତି କରିବା ପାଇଁ ମନ ବଳାଇଥିଲେ ଆୟୁଶ ଏବଂ ସେଥିରେ ସେ ସଫଳ ହୋଇଛନ୍ତି ଏବଂ ଆଗକୁ ଅନେକ ସ୍ୱପ୍ନ ରହିଛି ବୋଲି କହିଛନ୍ତି। 

କେବଳ ଇଣ୍ଡିଆ ବୁକ ଅଫ ରେକର୍ଡ ନୁହେଁ, ରାଜ୍ୟ ତଥା ରାଜ୍ୟ ବାହାର ଏବଂ ଇଣ୍ଟରନ୍ୟାସନାଲ ସ୍ତରରେ ସଫଳତା ପାଇଛନ୍ତି ଆୟୁଶ।  ଆମେରିକାରୁ ସ୍ପେସିଆଲ ଅନର ଆୱାର୍ଡ, IMAS ଭାରତ ସରକାରଙ୍କ ପକ୍ଷରୁ ସ୍ପେସିଆଲ ଆୱାର୍ଡ, ବେଷ୍ଟ ପେଣ୍ଟର ଆୱାର୍ଡରୁ ଇଣ୍ଟର ନାସନାଲ ଆୱାର୍ଡ ମଧ୍ୟ ପାଇବା ସହ ଓଡିଶା ମୁଖ୍ୟମନ୍ତ୍ରୀ ମଧ୍ୟ ଭୂୟଶୀ ପ୍ରଶଂସା କରିଛନ୍ତି ଆୟୁଷକୁ। ତେବେ ଆଗାମୀ ଦିନରେ ନାଇଜେରିଆ ଗଟ ଟ୍ୟାଲେଣ୍ଟରେ ସେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ଏଥିସହ ଅନେକ ଟ୍ୟାଲେଣ୍ଟ ସୋରେ  ଯୋଗଦାନ କରିବାକୁ ଆୟୁଷ ଏବେଠାରୁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି। କିନ୍ତୁ ଏବେ ଅର୍ଥ ବାଧକ ସାଜିଛି। କେମିତି ନିଇଜେରିଆ ଯିବ ସେଥିପାଇଁ ଅର୍ଥକୁଆଡୁ ଆସିବବୋଲି କହିଛନ୍ତି ଆୟୁଶଙ୍କ ପିତା। ସେପଟେ ଯଦି ମୁଖ୍ୟମନ୍ତ୍ରୀ ସହଯୋଗ କରିବେ ତାହା ହେଲେ ଆୟୂଶ ଦେଶ ବିଦେଶ ନା କରିବ ବୋଲି ତାର ମା କହିଛନ୍ତି।  

Advertisment
Puri Guinness Book Of Records Ayush Mohapatra Opposite Painting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ