କଳାବ୍ୟାଚ୍ ପିନ୍ଧି ଆୟୁର୍ବେଦିକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଦୀର୍ଘ ୨୧ବର୍ଷ ହେଲା କୌଣସି ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିନାହାନ୍ତି ।

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ବିଭିନ୍ନ ଦାବି ନେଇ ରାଜ୍ୟ ସାରା ଆୟୁର୍ବେଦିକ ଡାକ୍ତରୀ ଛାତ୍ରଛାତ୍ରୀ ଚଲାଇଥିବା ଆନ୍ଦୋଳନ ଜାରି ରହିଛି । ଏହି କ୍ରମରେ ବ୍ରହ୍ମପୁର ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଛାତ୍ରଛାତ୍ରୀ ମାନେ କଳାବ୍ୟାଚ୍ ପିନ୍ଧି ଆନ୍ଦୋଳନ କରୁଛନ୍ତି ।

ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଦୀର୍ଘ ୨୧ବର୍ଷ ହେଲା କୌଣସି ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିନାହାନ୍ତି । ପାସ ହେଉଥିବା ଡାକ୍ତର ଛାତ୍ରଛାତ୍ରୀମାନେ କୌଣସି ଚାକିରି ପାଇ ପାରୁନାହାନ୍ତି ।

ଏଣୁ ଆଧୁନିକ ଚିକିତ୍ସା ଓ ଆୟୁଷ ଚିକିତ୍ସାକୁ ସମାନ ଗୁରୁତ୍ବ ଦେବା ସହ ଆୟୁଷ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ଏଲୋପଥି ହାଉସ ସର୍ଜନଙ୍କ ସହ ସମାନ କରିବାକୁ ଦାବି ହୋଇଛି ।.