• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି । ପୁଲୱାମା ସହିଦଙ୍କ ଉଦ୍ଦେଶ୍ୟରେ ମାଗଣା ଅଟୋ ସେବା । ସେ ଜଣେ ସାଧାରଣ ଜଣେ ଅଟୋ ଡ୍ରାଇଭର । କିନ୍ତୁ ତାଙ୍କ ଦେଶପ୍ରେମ ଦେଖିଲେ ଆପଣଙ୍କ ମୁଣ୍ଡ ଆପେ ନଇଁଯିବ । ୨୦୧୯ ଫେବୃଆରୀ ୧୪ରେ ଆତଙ୍କବାଦୀ ହମଲାରେ ସହିଦ ହୋଇଥିବା ୪୦ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆନନ୍ଦପୁରର ଜଣେ ଅଟୋ ଡ୍ରାଇଭର ନରେନ୍ଦ୍ର କୁମାର ଜେନା ମାଗଣା ଅଟୋ ସେବା ଯୋଗାଉଛନ୍ତି । ତାଙ୍କର ଏପରି ମହତ କାମ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି । 

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଅଟୋ ଡ଼୍ରାଇଭର ନରେନ୍ଦ୍ର କୁମାର ଜେନା । ଜଣେ ସଚ୍ଚା ଦେଶପ୍ରେମୀ । ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସେ ମାଗଣା ଅଟୋସେବା ଯୋଗାଉଛନ୍ତି । ତାଙ୍କ ଅଟୋରେ ଯଦି ଆପଣ ଆନନ୍ଦପୁର ବସଷ୍ଟାଣ୍ଡରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପର୍ଯ୍ୟନ୍ତ ଯିବେ, ତେବେ ଏଥିପାଇଁ କୌଣସି ପଇସା ଦେବାକୁ ପଡ଼ିବ ନାହିଁ । ମହଙ୍ଗା ଯୁଗରେ ସଂପୂର୍ଣ୍ଣ ମାଗଣାରେ ସେ ଅଟୋରେ ଯାତ୍ରା କରାଉଛନ୍ତି । ସେହିପରି ଭିନ୍ନକ୍ଷମ ଯାତ୍ରୀଙ୍କୁ ବର୍ଷ ସାରା ମାଗଣା ରେ ନେବା ଆଣିବା କରିବେ ।

ତେବେ ୨୦୧୯ ମସିହାରୁ ସେ ଏହି ସେବା ଜାରି ରଖିଛନ୍ତି । ଅଗାମୀ ସମୟରେ ପ୍ରତିବର୍ଷ ଏହି ମାଗଣା ଅଟୋ ସେବା ଜାରି ରହିବ ବୋଲି ନରେନ୍ଦ୍ର କହିଛନ୍ତି ।