କଟକରେ ନକଲି ମସଲା କାରଖାନାରେ ଚଢ଼ାଉ

ନକଲି ମସଲା କାରଖାନାରେ ଚଢ଼ାଉ। ବିପୁଳ ନକଲି ସାମଗ୍ରୀ ଠାବ । କଟକ ବୟାଳିଶମୌଜାରେ ଚାଲିଥିବା ନକଲି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢ଼ାଉ । ଫ୍ୟାକ୍ଟ୍ରି ଭିତରୁ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ । ଦୀର୍ଘଦିନରୁ ନକଲି କାରଖାନା ଚାଲିଥିବା ସୂଚନା ।

fake spice factory

News Summary

କଟକରେ ନକଲି ମସଲା କାରଖାନାରେ ଚଢ଼ାଉ

କଟକ: କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ସସ, ନକଲି ଲଙ୍କାଗୁଣ୍ଡ ଆଦି କେତେ କଣ ପରେ ଏବେ ଦେଖିବାକୁ ମିଳିଛି ନକଲି ମସଲା ।  ଏବେ ନକଲି ମସଲା କାରଖାନାରେ ଚଢ଼ାଉ ହୋଇଛି । ବିପୁଳ ନକଲି ସାମଗ୍ରୀ ଠାବ ହୋଇଛି ।

ବୟାଳିଶ ମୌଜାରେ ଚାଲିଥିବା ନକଲି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢ଼ାଉ । ଫ୍ୟାକ୍ଟ୍ରି ଭିତରୁ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ । ଦୀର୍ଘଦିନରୁ ନକଲି କାରଖାନା ଚାଲିଥିବା ସୂଚନା ।

ସେହିପରି ଗତ ଜାନୁୟାରୀ ମାସ ୩ ରିଖରେ,କଟକ ଜଗତପୁରରୁ ନକଲି ସିମେଣ୍ଟ କାରଖାନା ଠାବ କରି ସିଲ କରିଥିଲା ପୋଲିସ୍ । ଗୋଦାମରେ ୩ଟି ନାମୀଦାମୀ ବ୍ରାଣ୍ଡ ନାଁରେ ମାର୍କେଟକୁ ଡୁପ୍ଲିକେଟ ସିମେଣ୍ଟ ଛଡାଯାଉଥିବାର ଜଣାପଡିଥିଲା ।