ATMରୁ ଟଙ୍କା ଉଠାଉଥିଲେ ସାବଧାନ ! ଉଠାଇଲେ ୩ ହଜାର ଆସିଲା ୨୯୦୦...

ATMରୁ ଟଙ୍କା ଉଠାଉଥିଲେ ସାବଧାନ ! ଆପଣ ଯେତିକି ଟଙ୍କା ଉଠାଇବାକୁ ମେସିନରେ ବଟନ୍ ଦବାଉଛନ୍ତି, ତା’ଠାରୁ କମ୍‌ ଟଙ୍କା ଆସୁଥିବା ଅଭିଯୋଗ ଆସିଛି।

ATM

ATMରୁ ଟଙ୍କା ଉଠାଉଥିଲେ ସାବଧାନ ! ଆପଣ ଯେତିକି ଟଙ୍କା ଉଠାଇବାକୁ ମେସିନରେ ବଟନ୍ ଦବାଉଛନ୍ତି, ତା’ଠାରୁ କମ୍‌ ଟଙ୍କା ଆସୁଥିବା ଅଭିଯୋଗ ଆସିଛି। ଭୁବନେଶ୍ୱର ପ୍ରଶାନ୍ତି ବିହାର ଷ୍ଟେଟ୍‌ ବ୍ୟାଙ୍କ ATMରେ ଏଭଳି କମ୍‌ ଟଙ୍କା ଆସିଥିବା ଉପଭୋକ୍ତା ଅଭିଯୋଗ ଆଣିଛନ୍ତି । 

ଗତକାଲି ଅପରାହ୍ନ ଠାରୁ ATMରେ ଏଭଳି କମ୍‌ ଟଙ୍କା ଆସୁଥିଲେ ବି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ, SBI କର୍ତ୍ତୃପକ୍ଷ କହିଛନ୍ତି, ଏନେଇ କୌଣସି ଅଭିଯୋଗ ଆସିନଥିଲା । ଏନେଇ ଏବେ ଗଣମାଧ୍ୟମରୁ ଖବର ମିଳିବା ପରେ ତୁରନ୍ତ ATMକୁ ଅଚଳ କରାଯାଇଛି ।

୩ ହଜାର ଟଙ୍କା ଉଠାଇ ଜଣେ ଉପଭୋକ୍ତା ୨୯୦୦ ଟଙ୍କା ପାଇଥିବା ବେଳେ ୫୨୦୦ ଟଙ୍କା ଉଠାଇ ଜଣେ ଉପଭୋକ୍ତା ୫୦୦୦ ଟଙ୍କା ପାଇଥିବା ଅଭିଯୋଗ ହୋଇଛି।