Advertisment

ବାପ୍‌ରେ ବାପ୍‌ ! ପୋଲିସ୍‌ ବାବୁଙ୍କର ଏତେ ଦାମୀ କାର୍‌, ବାଇକ୍‌; ସବୁ ଗାଡ଼ିର ନମ୍ବର- ୦୦୫

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍ ଓ ବାଇକ୍। ୧ କୋଟି ୧୧ ଲକ୍ଷ ଟଙ୍କାର BMW X7 ସିରିଜ୍‌ର କାରକୁ ଭିଜିଲାନ୍ସ ଟିମ୍ ଠାବ କରିଛି।

ଅଦ୍ୟତନ ହୋଇଛି
Massive Property Of  ASP Trinath Mishra

Massive Property Of ASP Trinath Mishra

Advertisment

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍ ଓ ବାଇକ୍। ୧ କୋଟି ୧୧ ଲକ୍ଷ ଟଙ୍କାର BMW X7 ସିରିଜ୍‌ର କାରକୁ ଭିଜିଲାନ୍ସ ଟିମ୍ ଠାବ କରିଛି। ସେହିପରି ହ୍ୟୁଣ୍ଡାଇ କ୍ରେଟା ଯାହାର ମୂଲ୍ୟ ୧୭ ଲକ୍ଷ, ସ୍ପୋର୍ଟସ ବାଇକ୍ ଟ୍ରାଇମ୍ପ ରକେଟ୍ 3R ଯାହାର ଦାମ୍ ୨୦ ଲକ୍ଷ, ୫ ଲକ୍ଷ ୩୦ ହଜାର ଟଙ୍କାର ହ୍ୟୁସଙ୍ଗ GTR250, ରୟାଲ୍ ଏନ୍‌ଫିଲ୍ଡ କ୍ଲାସିକ୍ ୧ ଲକ୍ଷ ୭୫ ହଜାର ଭଳି ଦାମୀ ବାଇକ୍ ତାଙ୍କ ପାଖରେ ଥିଲା। ଏସବୁ ସେ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ ବ୍ୟବହାର କରୁଥିବା ସୂଚନା ମିଳିଛି।

Advertisment

ଏହି ସବୁକୁ ମିଶାଇଲେ ପାଖାପାଖି ୨ କୋଟି ଟଙ୍କାର କାର୍ ଓ ଗାଡ଼ି ତ୍ରିନାଥ ମିଶ୍ରଙ୍କ ପାଖରେ ଥିବା ଭିଜିଲାନ୍ସ ସୂଚନା ଦେଇଛି। ତ୍ରିନାଥ ମିଶ୍ରଙ୍କ ସଉକ କେବଳ ଦାମୀ ଗାଡ଼ିରେ ସୀମିତ ନଥିଲା ବରଂ ଗାଡ଼ି ନମ୍ବର ବି ଥିଲା ୟୁନିକ୍‌। ଠାବ ହୋଇଥିବା ସବୁ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର 0005 ରହିଛି।

ୟୁନିକ୍‌ ଥିଲା ତ୍ରିନାଥଙ୍କ ଗାଡ଼ି ରେଜିଷ୍ଟ୍ରେସନ ନମ୍ବର...

  • ୧ କୋଟି ୧୧ ଲକ୍ଷର BMW X7 କାର୍ ନଂ- OD05AV-0005
  • ୧୭ ଲକ୍ଷର ହ୍ୟୁଣ୍ଡାଇ କ୍ରେଟା କାର୍- ନଂ- OD05X-0005
  • ମାରୁତି ବଲେନୋ କାର୍- ନଂ- OD05R-9005
  • ସେଭ୍ରୋଲେ ଟ୍ରେଲବ୍ଲେଜର କାର୍- ନଂ- OD055-0005
  • ୫.୩ ଲକ୍ଷର GTR 250 ହୋସୁଙ୍ଗ ବାଇକ- ନଂ- OD05M-0005
  • ୧ ଲକ୍ଷ ୭୫ ହଜାର ମୂଲ୍ୟର ବୁଲେଟ- ନଂ- 0D05AX-0005
  • ୨୦ ଲକ୍ଷର ଟ୍ରମ୍ଫ ରକେଟ ବାଇକ୍- ନଂ- OD05AZ-0005
Advertisment

ଖାଲି ଏତିକି ନୁହେଁ ଆଜିର ଭିଜିଲାନ୍ସ ରେଡ୍‌ରେ ସାଢ଼େ ୩ ଲକ୍ଷ ଟଙ୍କା କ୍ୟାସ୍ ମଧ୍ୟ ଜବତ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତ୍ରିନାଥଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରିଛି। ଏପର୍ଯ୍ୟନ୍ତ ମିଳିଥିବା ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି। ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି। 

Vigilance Raid Vigilance Scanner Additional SP Trinath Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ