Advertisment

୨ ଟନ୍‌ ପିଆଜରେ ସର୍ବବୃହତ ‘ସାଣ୍ଟାକ୍ଲଜ୍‌’ ତିଆରି କଲେ ସୁଦର୍ଶନ ପଟ୍ଟନାୟକ

୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ । ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍।

Santa Claus using onions

Santa Claus using onions

Advertisment

ବାଲିରେ ବାଲିରେ ସାଣ୍ଟାକ୍ଲଜ୍। ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା। ଖାଲି ବିଶାଳ ବାଲୁକା କଳା ନୁହେଁ, ବରଂ ବାଲି ଓ ପିଆଜରେ ନିର୍ମିତ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଲଜ୍ ତିଆରି କରି ରେକର୍ଡ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ । ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍। ସୁଦର୍ଶନଙ୍କ ନେତୃତ୍ୱରେ ୩୨ ଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ବ୍ଲୁ ଫ୍ଲାଗ୍ ବିଚରେ ନିର୍ମିତ ଏହି ବାଲୁକା କଳାକୃତି ତିଆରି କରିବାକୁ ୮ ଘଣ୍ଟା ଲାଗିଥିଲା । ସେଥିରେ ମେରି ଖ୍ରୀଷ୍ଟମାସ ବୋଲି ଲେଖାଯିବା ସହ, ଗଛ ଉପହାର ଦେବା ପାଇଁ ସଚେତନତା ମୂଳକ ବାର୍ତ୍ତା ଦିଆଯାଇଛି।

Advertisment

ସେପଟେ ପୁରୀ ସ୍ୟାଣ୍ଡ୍ ଆର୍ଟ ପାର୍କରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ବାଲିରେ ତିଆରି କରିଛନ୍ତି ସାଣ୍ଟାକ୍ଲଜ୍ । ସେଥିରେ ସାଣ୍ଟା ସହ ଖ୍ରୀଷ୍ଟମାସ ଟ୍ରି’କୁ ବେଶ୍ ସୁନ୍ଦର ଭାବେ ତିଆରି କରିଛନ୍ତି ମାନସ। ସେ ଏହି କଳାକୃତି ଜରିଆରେ ଗଛର ସୁରକ୍ଷା ବାର୍ତ୍ତା ସମାଜକୁ ଦେଇଛନ୍ତି ।

Puri Sudarsan Pattnaik Sand Art Santa Clause
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ