• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଂକୀର୍ତ୍ତନ ହେଉ କି ପାଲା, ସବୁଠି ଆବଶ୍ୟକ ମୃଦଙ୍ଗ । ଗୀତ ସାଙ୍ଗରେ ମୃଦଙ୍ଗର ତାଳ ପଡ଼ିଲେ ଶୁଣିବାକୁ ଆହୁରି ମଧୁର ଲାଗେ । ତେବେ ଏପରି ବାଦ୍ୟ ଯନ୍ତ୍ରକୁ ତିଆରି କରୁଛନ୍ତି ଭଦ୍ରକ ଚାନ୍ଦବାଲିର ଦୁଇ କାରିଗର । ଉଭୟ କଲିକତାର ପ୍ରସିଦ୍ଧ ନଦିଆ ମୃଦଙ୍ଗ ମଧ୍ୟ ପ୍ରସ୍ତୁତ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଦୁଇ କାରିଗର ଏହାକୁ ତିଆରି କରି ବେସ୍ ଦୁଇପଇସା ରୋଜଗାର ସାଙ୍ଗକୁ ନିଜର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି।

ଅତି ସୁମଧୁର ମୃଦଙ୍ଗର ତାଳ । ପାରମ୍ପରିକ ବାଦ୍ୟର ଅବିଚ୍ଛିନ୍ନ ଅଙ୍ଗ । ଆଉ ଏହି ସୁମଧୁର ସ୍ୱର ଶୁଣାଇବା ପାଇଁ ଦିନ ରାତି କାମରେ ଲାଗିଛନ୍ତି କାରିଗର । ମାଟିର ମୃଦଙ୍ଗରେ କିରଣ ଦେଇ ବାଦ୍ୟ ଯନ୍ତ୍ର ତିଆରିରେ ବ୍ୟସ୍ତ । ଭଦ୍ରକ ଚାନ୍ଦବାଲିର କାରିଗର କୀର୍ତ୍ତନ ଓ ତାଙ୍କ ସହଯୋଗୀ । ଖୋଳ, ତବଲା, ଡୁଗି ତବଲା ସାଙ୍ଗକୁ ବିଭିନ୍ନ ପ୍ରକାରର ଚମଡ଼ା ଜିନିଷ ନୂଆକରି ପ୍ରସ୍ତୁତ କରିବା ସହ ମରାମତି ବି କରୁଛନ୍ତି । ନିଜେ ଦୁଇ ପଇସା ରୋଜଗାର କରିବା ସହ ତିନି ଚାରି ଜଣଙ୍କୁ କାମରେ ନିୟୋଜିତ କରିଛନ୍ତି । ସେହିପରି ଉଭୟ କାରିଗର ଦୀର୍ଘ ବର୍ଷରୁ କଲିକତାର ପ୍ରସିଦ୍ଧ ମାଟି ତିଆରି ନଦିଆ ମୃଦଙ୍ଗ ମଧ୍ୟ ତିଆରି କରୁଛନ୍ତି ।

କୀର୍ତ୍ତନଙ୍କ ଏହି ଦୋକାନ ପ୍ରାୟ ୫୦ ବର୍ଷ ପୁରୁଣା । ବାଦ୍ୟ ଯନ୍ତ୍ର ତିଆରି ପାଇଁ ସେ କଲିକତାରୁ ଆଣିଥାନ୍ତି ମାଟି ତିଆରି ଖୋଳ ଏବଂ କିରଣ ଚମଡ଼ା ସାମଗ୍ରୀ । ବାଦ୍ୟଯନ୍ତ୍ର ପ୍ରସ୍ତୁତିରେ ଦୁଇ କାରିଗରଙ୍କ ବେସ୍ ନାଁ ରହିଛି । ଏଥିଲାଗି ଦୂର ଦୁରାନ୍ତରୁ ଲୋକେ ଆସି ଦୋକାନରେ ଭିଡ଼ ଜମାଇଥାନ୍ତି । ନୂଆ ମୃଦଙ୍ଗ ୪ ହଜାରରୁ ୫ ହଜାର ଟଙ୍କାରେ ମିଳୁଥିବା ବେଳେ ପୁରୁଣା ମରାମତି ପାଇଁ ହଜାରେରୁ ଦୁଇ ହଜାର ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ