Advertisment

ଭୋଟିଂରୁ ବଞ୍ଚିତ ହେବେ ୭ ଲକ୍ଷ ଯୁବ ଭୋଟର !

୧୬ ରୁ ୨୪ ମଧ୍ୟରେ ଅଫଲାଇନ ପରୀକ୍ଷା ପାଇଁ ନୋଟିସ୍ ଜାରି କରିଛନ୍ତି।

ଅଦ୍ୟତନ ହୋଇଛି
Panchayat Election

Panchayat Election

Advertisment

ଭୁବନେଶ୍ୱର: ଭୋଟ ହେଉଛି ସମ୍ବିଧାନ ପ୍ରଦତ୍ତ ଅଧିକାର। ହେଲେ ଏଠି ପଞ୍ଚାୟତ ନିର୍ବାଚନରେ ଭୋଟିଂରୁ ବଞ୍ଚିତ ହେବେ ୫ରୁ ୭ ଲକ୍ଷ ଯୁବ ଭୋଟର। ଅର୍ଥାତ ଭୋଟ୍‌ ବେଳେ ପରୀକ୍ଷା ଯୋଗୁ ଏମାନେ ମତଦାନରୁ ବଞ୍ଚିତ ହେବେ। ଏନେଇ ରାଜ୍ୟ ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘ ରାଜ୍ୟ ନିର୍ବାଚନ କମିଶନଙ୍କ  ଦ୍ୱାରସ୍ଥ ହୋଇଛି। ଏଭଳି ଅସାମ୍ବିଧାନିକ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ସଂଘର ଦାବି କରିଛି। 

Advertisment

ଦେଶରେ ୬୧ ତମ ସମ୍ବିଧାନ ସଂଶୋଧନର ମୂଳ ଲକ୍ଷ୍ୟ ଥିଲା କିପରି ଯୁବକ ଓ ସାବାଳକ ଛାତ୍ରଛାତ୍ରୀମାନଙ୍କୁ ଭୋଟ ଦାନର ଅଧିକାର ପ୍ରଦାନ କରାଯାଇପାରିବ। ମାତ୍ର ଓଡିଶାରେ ଚଳିତ ପଞ୍ଚାୟତ ନିର୍ବାଚନରେ ଛାତ୍ରଛାତ୍ରୀ ମାନେ ଭୋଟ ଦାନ ଅଧିକାରରୁ ବଞ୍ଚିତ ହେବାକୁ ଯାଉଛନ୍ତି। କାରଣ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ବିପିୟୁଟି ଓ ଅନେକ ବିଶ୍ୱବିଦ୍ୟାଳୟ ୧୬ ରୁ ୨୪ ମଧ୍ୟରେ ଅଫଲାଇନ ପରୀକ୍ଷା ପାଇଁ ନୋଟିସ୍ ଜାରି କରିଛନ୍ତି।

ଏହାଦ୍ୱାରା ପ୍ରାୟ ୫ ରୁ ୭ ଲକ୍ଷ ଛାତ୍ରଛାତ୍ରୀ ଯୁବ ଭୋଟର ଭୋଟ ଦାନ ଅଧିକାରରୁ ବଞ୍ଚିତ ହେବେ। ଭୋଟ ହେଉଛି ସମ୍ବିଧାନ ପ୍ରଦତ୍ତ ଅଧିକାର। ତେବେ କିପରି ଭାବରେ ଛାତ୍ରଛାତ୍ରୀ ଯୁବ ଭୋଟର ମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରାଯିବ, ଯେତେବେଳେ ସରକାରୀ କର୍ମଚାରୀଙ୍କୁ ଭୋଟ ଦେବା ପାଇଁ ଛୁଟି ଘୋଷଣା କରାଯାଇପାରୁଛି।

Advertisment

ଅପରପକ୍ଷରେ ଦେଶର ଭବିଷ୍ୟତ ମୋଟ ଭୋଟର ସଂଖ୍ୟାର ୪୨ ଭାଗ ଯୁବ ଓ ଛାତ୍ର ସମାଜ ପ୍ରତି ଅବିଚାର କରିବାର କାରଣ କଣ? ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ଏଭଳି ଅସାମ୍ବିଧାନିକ ନିଷ୍ପତ୍ତି ଉପରେ ରୋକ ଲଗାଇବା ସହ ୧୬ରୁ ୨୪ ସମସ୍ତ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି ଓଡିଶା ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି।

Panchayat Election State Election Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ