Advertisment

ଜନ୍ମମାଟି ରାଇକଳାରେ ଅରିନ୍ଦମଙ୍କ ଶେଷକୃତ୍ୟ, କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ

ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ମୃତଦେହ ତାଙ୍କର ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଛି । ଆଜି ଭୋର ୪ଟା ୨୦ ମିନିଟରେ ରାଇକଳା ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପୂରା ଗାଁ । ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ ।

ଅଦ୍ୟତନ ହୋଇଛି
arindam das last rituals

arindam das last rituals

Advertisment

କେନ୍ଦୁଝର: ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ମୃତଦେହ ତାଙ୍କର ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଛି । ଆଜି ଭୋର ୪ଟା ୨୦ ମିନିଟରେ ରାଇକଳା ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପୂରା ଗାଁ । ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ ।  ଜନ୍ମମାଟି ରାଇକଳାର ବୈତରଣୀ ନଦୀ କୂଳରେ କିଛି ସମୟ ପରେ ଶବ ସତ୍କାର କରାଯିବ। କେନ୍ଦୁଝର ରାଇକଳା ଗାଁକୁ ଯିବା ବାଟରେ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଯାଜପୁରର କୁଆଖିଆ, କେନ୍ଦୁଝର ଟାଉନ୍‌ରେ ଅରିନ୍ଦମଙ୍କ ସାଙ୍ଗ ସାଥୀ ଓ ଶୁଭେଚ୍ଛୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।  ଏକ ବଡ଼ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ସେଠାରେ  ଓଟିଭିର ବହୁ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଅଛନ୍ତି। ଘସିପୁରା ବିଧାୟକ ବଦ୍ରି ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ ମଧ୍ୟ ଉପସ୍ଥିତ ଅଛନ୍ତି।  

Advertisment

ସୂଚନାଥାଉ କି,  କର୍ତ୍ତବ୍ୟ ସମ୍ପାଦନ ବେଳେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାଶଙ୍କର କାଲି ଅକାଳ ବିୟୋଗ ହୋଇଥିଲା । କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ବୋଟରେ  ଯାଇଥିବାବେଳେ ବୋଟଟି ଦୁର୍ଘଟଣାଗ୍ରସ୍ତ ହେବାରୁ ନଦୀରେ ଭାସି ଯାଇଥିଲେ। ଅରିନ୍ଦମଙ୍କ ସହ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ନିଆଯାଇଥିଲା। ସେଠାରେ  ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ କ୍ୟାମେରା ମ୍ୟାନ୍ ପ୍ରଭାତଙ୍କର ଚିକିତ୍ସା ଚାଲିଛି ।

Advertisment

ମୁଣ୍ଡଳି ବ୍ୟାରେଜରେ ମହାନଦୀର ବନ୍ୟା ସ୍ରୋତରେ ଏକ ଦନ୍ତା ହାତୀ ଫସି ଯାଇଥିବା ସମ୍ପର୍କରେ ଖବର ସଂଗ୍ରହ ପାଇଁ ସକାଳେ ଯାଇଥିଲେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା । ଲଗାତର ଓଟିଭିର ଲାଇଭ୍ ବୁଲେଟିନ୍ରେ ହାତୀର ଉପସ୍ଥିତି ସମ୍ପର୍କରେ ଅପଡେଟ୍ ତଥ୍ୟ ବି ଦେଇ ଚାଲିଥିଲେ ଅରିନ୍ଦମ। ଓଡ୍ରାଫ ଟିମ୍ ବାହାରିବା ସମୟରେ ତାଙ୍କ ସହ ସାମିଲ ହୋଇ ରିପୋର୍ଟିଂ ପାଇଁ ଯାଇଥିଲେ ସାମ୍ବାଦିକ ଅରିନ୍ଦମ ଦାଶ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନ॥ ବୋଟ୍‌ରେ ବସିବା ପୂର୍ବରୁ ସମସ୍ତେ ଲାଇଫ୍ ଜ୍ୟାକେଟ୍ ବି ପିନ୍ଧିଥିଲେ । ହେଲେ ବୋଟଟି ହାତୀର ପାଖାପାଖି ହେବା ବେଳକୁ ନଦୀର ପ୍ରଖର ସ୍ରୋତର ସାମ୍ନା କରିନପାରି ହଠାତ୍ ଭାସି ଯାଇଥିଲା ଏବଂ କିଛି ସମୟ ପରେ ଓଲଟି ପଡ଼ିଥିଲା ।

Odisha News OTV Reporter Arindam Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ