ବର୍ଷା-ଅନୁଭବଙ୍କୁୂ ହାଇକୋର୍ଟଙ୍କ ତାଗିଦ୍‌ - ସୋସିଆଲ ମିଡିଆରେ କେହି କାହା ବିରୋଧରେ ଦେଇପାରିବେନି ମନ୍ତବ୍ୟ

ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ତାଗିଦ୍‌ କରିଛନ୍ତି। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଛି। 

Anubhav-Varsha Family Dispute

ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ତାଗିଦ୍‌ କରିଛନ୍ତି। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଛି। କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ଏହାସହ ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ ଅନୁଭବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। 

 

ସୂଚନାଥାଉ କି, କିଛିଦିନ ହେବ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆ ୱାର୍‌ ଦେଖିବାକୁ ମିଳିଥିଲା। କେତେବେଳେ ପାରିବାରିକ ବିବାଦ ମାମଲାକୁ ନେଇ ‍ବର୍ଷାଙ୍କ ବିରୋଧରେ ଅନୁଭବ ସୋସିଆଲ ମିଡିଆରେ ଭିଡିଓ/ପୋଷ୍ଟ ଛାଡ଼ୁଥିଲେ ତ ଆଉ କେତେବେଳେ ବର୍ଷାଙ୍କ ଫ୍ୟାନ୍‌ ସୋସିଆଲ୍‌ ମିଡିଆରେ ଅନୁଭବଙ୍କ ନାଁ ନନେଇ ତାଙ୍କ ବିରୋଧରେ ପୋଷ୍ଟ ଶେଆର କରୁଥିଲେ। ଅନୁଭବ ଗୋଟିଏ ପୋଷ୍ଟ/ଭିଡିଓ ଶେଆର କଲେ ବର୍ଷାଙ୍କ ଫ୍ୟାନ୍‌ ଏହାର ଜବାବ ଦେବାକୁ ଏକ ପ୍ରକାର ତୟାର ହୋଇ ରହୁଥିଲେ। ହେଲେ ଏବେ ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଛି।