Advertisment

'ବର୍ଷାଙ୍କ ଆୟ କେତେ, ପ୍ରମାଣ ଦିଅନ୍ତୁ'

ବର୍ଷା ଯେଉଁଠି ଏବେ ରହୁଛନ୍ତି, ସେଠି ପୋଲିସ ସୁରକ୍ଷା ଦେଉଛି।

ଅଦ୍ୟତନ ହୋଇଛି
Anubhav Barsha Marital Discord

Anubhav Barsha Marital Discord

Advertisment

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କ ବିରୋଧରେ ଘରୋଇ ନିର୍ଯାତନା ଅଭିଯୋଗ ଆଣିଥିଲେ ବର୍ଷା । ଏହି ମାମଲାର ଶୁଣାଣି କରି ଆଜି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ସେପଟେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଘର ଛାଡ଼ନ୍ତୁ, ତାଙ୍କୁ ଭଲ ଆକୋମୋଡେସନ୍ ଦେବାକୁ ବି ଅନୁଭବ କୋର୍ଟରେ ପିଟିସନ୍ କରିଛନ୍ତି । ଏହି ଆବେଦନ ଉପରେ ବି ଶୁଣାଣି ହୋଇଛି ।

Advertisment

ଏନେଇ ଅନୁଭବଙ୍କ ଓକିଲ କହିଛନ୍ତି ଯେ ବର୍ଷା ଅନ୍ୟତ୍ର ରହିବା ପାଇଁ କୋର୍ଟରେ ଆବେଦନ କରାଯାଇଥିଲା। ବର୍ଷା ତାଙ୍କର ଗୋଟିଏ ଇନକମ ପ୍ରମାଣପତ୍ର ଦେବା ପାଇଁ ଆବେଦନ କରାଯାଇଥିଲା। ୨ଟି ଯାକର ଫାଇଲ୍‌ର ଆଜି ଶୁଣାଣି ହୋଇଥିଲା, କୋର୍ଟ ରାୟ ସଂରକ୍ଷିତ କରି ରଖିଛନ୍ତି। ଯେଉଁଠି ବର୍ଷା ରହୁଛନ୍ତି, ତାହା ହେଉଛି ଯୌଥ ପରିବାର। ସେଠାରେ ଏବେ କେହି ରହୁନାହାନ୍ତି। ବାପା, ବଡ଼ବାପା ବରିଷ୍ଠ ନାଗରିକ ମାନେ ସେହି ଘରେ ରହୁଥିଲେ। ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ପାଇଁ ଯେପରି ବାପା ମା ପ୍ରଭାବିତ ହେବେ ନାହିଁ, ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ରହିଛି। 

ସେ ଆହୁରି କହିଛନ୍ତି ଯେ ବର୍ଷା ଯେଉଁଠି(ଅନୁଭବଙ୍କ ଘରେ) ଏବେ ରହୁଛନ୍ତି, ସେଠି ପୋଲିସ ସୁରକ୍ଷା ଦେଉଛି। ତେବେ ସେ ବାହାରେ 1-BHK, 2-BHK କିମ୍ବା 3-BHK ନେବେ, ତାହାର ଭରଣପୋଷଣ ଖର୍ଚ୍ଚ ଅନୁଭବ ବହନ କରିବେ। ଏହା ଆମେ କୋର୍ଟରେ ଯୁକ୍ତ ଉପସ୍ଥାପନ କରିଥିଲୁ। ବର୍ଷାଙ୍କ ତରଫରୁ ମଧ୍ୟ ୨ଟି ଆବେଦନ କରାଯାଇଛି। ତେବେ ବର୍ଷା ଅନ୍ୟତ୍ର ରହିପାରିବେନି ବୋଲି ତାଙ୍କ ଓକିଲ କୋର୍ଟରେ କହିଥିବା ସୂଚନା ମିଳିଛି। ଆଜି ଶୁଣାଣି ବେଳେ ସାଂସଦ ଅନୁଭବ ମହାନ୍ତି କୋର୍ଟରେ ଉପସ୍ଥିତ ଥିଲେ । ଏହି ସମୟରେ ସେ ଗଣମାଧ୍ୟମର ପ୍ରଶ୍ନର କୌଣସି ବି ପ୍ରତିକ୍ରିୟା ରଖିନାହାନ୍ତି।

Advertisment
Varsha Priyadarshini Anubhav Mohanty Anubhav- Varsha Marital Discord Anubhav-Varsha Family Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ