Advertisment

ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ଝଟ୍‌କା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ଝଟ୍‌କା। ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

ଅଦ୍ୟତନ ହୋଇଛି
Anubhav Varsha Marital Discord

Another Jolt To Actress Varsha Priyadarshini

Advertisment

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ଝଟ୍‌କା। ସୋସିଆଲ ମିଡିଆ ରେ ସାଂସଦ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଅନୁଭବଙ୍କୁ ପ୍ରତିକୂଳ ମନ୍ତବ୍ୟରୁ ବାରଣ ପାଇଁ ବର୍ଷାଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। 

Advertisment

ସୂଚନାଥାଉ କି, ଗତବର୍ଷ  ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ତାଗିଦ୍‌ କରିଥିଲେ। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଥିଲା। କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହାସହ ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ ଅନୁଭବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କିଛିଦିନ ପୂର୍ବେ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଜୀବନରୁ ଓହରି ଯିବା ଲାଗି ବର୍ଷାଙ୍କୁ ଅନୁରୋଧ କରିଥିଲେ ଅନୁଭବ ସବୁକିଛି ଶେଷ ହୋଇଯିବା ପୂର୍ବରୁ ମୋ ବାପା,ମାଆଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ବର୍ଷାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଅନୁଭବ। 

Advertisment

ସୂଚନାଥାଉ କି, ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆ ୱାର୍‌ ଦେଖିବାକୁ ମିଳିଥିଲା। କେତେବେଳେ ପାରିବାରିକ ବିବାଦ ମାମଲାକୁ ନେଇ ‍ବର୍ଷାଙ୍କ ବିରୋଧରେ ଅନୁଭବ ସୋସିଆଲ ମିଡିଆରେ ଭିଡିଓ/ପୋଷ୍ଟ ଛାଡ଼ୁଥିଲେ ତ ଆଉ କେତେବେଳେ ବର୍ଷାଙ୍କ ଫ୍ୟାନ୍‌ ସୋସିଆଲ୍‌ ମିଡିଆରେ ଅନୁଭବଙ୍କ ନାଁ ନନେଇ ତାଙ୍କ ବିରୋଧରେ ପୋଷ୍ଟ ଶେଆର କରୁଥିଲେ। ଅନୁଭବ ଗୋଟିଏ ପୋଷ୍ଟ/ଭିଡିଓ ଶେଆର କଲେ ବର୍ଷାଙ୍କ ଫ୍ୟାନ୍‌ ଏହାର ଜବାବ ଦେବାକୁ ଏକ ପ୍ରକାର ତୟାର ହୋଇ ରହୁଥିଲେ। ହେଲେ ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ହାଇକୋର୍ଟ ତାଗିଦ କରିଥିଲେ।

Varsha Priyadarshini Anubhav Mohanty Anubhav- Varsha Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ