Advertisment

ଶ୍ରୀମନ୍ଦିର ନିକଟରେ ତିଆରି ହେବ ଅଭ୍ୟର୍ଥନା କକ୍ଷ; ଅନୁମତି ଦେଲା ଏନଏମ୍ଏ

ଶ୍ରୀମନ୍ଦିର ଚାରିପାଖରେ ମଧ୍ୟରେ ପୁଣି ହେବ ନିର୍ମାଣ କାର୍ଯ୍ୟ। ଏହି ନିର୍ମାଣ ଲାଗି ଏନଏମ୍ଏର ସ୍ପଷ୍ଟ ନିର୍ଦ୍ଦେଶ ଆସିଛି । ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଏହି ନିର୍ମାଣକାର୍ଯ୍ୟ  ହେବ। ଏଠାରେ ନିର୍ମାଣ କରାଯିବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା କକ୍ଷ। ତେବେ ପ୍ରଶ୍ନ ଉଠୁଛି କେଉଁଠି ନିର୍ମାଣ ହେବ ଏହି ରିସେପ୍‌ସନ ସେଣ୍ଟର ?   ପୂର୍ବରୁ ଉଚ୍ଛେଦ ହୋଇଥିବା ୭୫ ମିଟର ବାଦ୍ ଆଉ କେଉଁ ସ୍ଥାନରେ ଅଧିକ ୨୫ ମିଟର ଭଙ୍ଗାଯାଇ ଏହାର ନିର୍ମାଣ ହେବ ?

ଅଦ୍ୟତନ ହୋଇଛି
Srimandir Corridor Project

Puri Srimandir

Advertisment

ଶ୍ରୀମନ୍ଦିର ଚାରିପାଖରେ ମଧ୍ୟରେ ପୁଣି ହେବ ନିର୍ମାଣ କାର୍ଯ୍ୟ। ଏହି ନିର୍ମାଣ ଲାଗି ଏନଏମ୍ଏ(National Monuments Authority)ର ସ୍ପଷ୍ଟ ନିର୍ଦ୍ଦେଶ ଆସିଛି । ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଏହି ନିର୍ମାଣକାର୍ଯ୍ୟ  ହେବ। ଏଠାରେ ନିର୍ମାଣ କରାଯିବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା କକ୍ଷ। ତେବେ ପ୍ରଶ୍ନ ଉଠୁଛି କେଉଁଠି ନିର୍ମାଣ ହେବ ଏହି ରିସେପ୍‌ସନ ସେଣ୍ଟର ?   ପୂର୍ବରୁ ଉଚ୍ଛେଦ ହୋଇଥିବା ୭୫ ମିଟର ବାଦ୍ ଆଉ କେଉଁ ସ୍ଥାନରେ ଅଧିକ ୨୫ ମିଟର ଭଙ୍ଗାଯାଇ ଏହାର ନିର୍ମାଣ ହେବ ? ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିବାବେଳେ  ଏହା ଭିତରେ ପୁରୀ ଜିଲ୍ଲାପାଳ କହିଛନ୍ତି ଏନଏମଏ ଅନୁମତି ମିଳିବା ପରେ ପ୍ରକଳ୍ପ କାମ ଆହୁରି ତ୍ୱରାନ୍ବିତ କରାଯିବ।

Advertisment

 ପୂର୍ବରୁ ରିସେପସନ୍ ସେଣ୍ଟର ଆମସାର ଆକ୍ଟ ନିୟମ ଉଲ୍ଲଘଂନ କରାଯାଇ ପ୍ରୋହିବିଟେଡ୍ ଏରିଆ ମଧ୍ୟରେ ନିର୍ମାଣ ହେଉଥିଲା।  ତାକୁ ନେଇ ବିବାଦ ଜୋରଦାର ତେଜିଥିଲା । ଏମିତିକି ଏହା ବିରୋଧରେ ଆଇନଗତ ଲଢ଼େଇ ବି ଆରମ୍ଭ ହୋଇଥିଲା । ତେବେ ବିବାଦ ବଢ଼ିବା ପରେ ଅଭ୍ୟର୍ଥନା କକ୍ଷ ନିର୍ମାଣ କାମ ଅଧାରୁ ବନ୍ଦ ରଖାଯାଇଥିଲା ।  ଏନଏମଏ କର୍ତ୍ତୃପକ୍ଷ ଏହାକୁ ନିଷିଦ୍ଧାଞ୍ଚଳ ବାହାରେ କରିବାକୁ ସ୍ପଷ୍ଟ ନିଷ୍ପତ୍ତି ଶୁଣାଇବା ପରେ ପ୍ରକଳ୍ପ ବିପକ୍ଷବାଦୀ ଏହାକୁ ଆଇନର ବିଜୟ ବୋଲି କହିଥିଲେ । 

ତେବେ ଏଏନଏମ ଅଭ୍ୟର୍ଥନା କକ୍ଷ ନିର୍ମାଣ କାମ ପାଇ ଗ୍ରୀନ ସିଗ୍‌ନାଲ ଦେବା ପରେ ଏବେ ସ୍ଥାନକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି, ଯେଉଁଠି ଏବେ ଡ୍ରେନଜ ସିଷ୍ଟମ କାମ ଆରମ୍ଭ ହୋଇଛି, ତାହାକୁ ଲାଗି ରହିଛି ୨୫ ମିଟର ସ୍ଥାନ। ତା ପାଖକୁ ଲାଗି ରହିଛି ୩୦ ହଜାର ବର୍ଗଫୁଟ ସ୍ଥାନ। ଏହି ସ୍ଥାନ ସିଧା ନ ହେଲେ ବି କର୍ଭ ଆକାରରେ ରହିଛି। ଏହି ଠାରେ ଅଭ୍ୟର୍ଥନା କକ୍ଷ ନିର୍ମାଣ ହେଇପାରେ ବୋଲି ଓବିସିସି କର୍ତ୍ତୃପକ୍ଷ ପକ୍ଷ କହିଛନ୍ତି । 

Advertisment

ଏନଏମ୍‌ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କହିଛନ୍ତିଯେ, ଶ୍ରୀମନ୍ଦିରର ୧୦୧.୫୦ ଫୁଟ ଦୂରରେ ନିର୍ମାଣ ହେବ ଅଭ୍ୟର୍ଥନା କକ୍ଷ। ତେଣୁ ରିଭାଇଜ ଡିପିଆର ଅନୁସାରେ, ଏମାର ମଠ ମନ୍ଦିର ପରିସରକୁ ହିଁ ଚିହ୍ନଟ କରାଯାଇଛି।  ଏହି ମଠ ପରିସରରେ ୩୦ ହଜାର ସ୍କୋୟାର ଫୁଟ ଜାଗା ରହିଛି ଏବଂ ଏଠାରେ ଅଭ୍ୟର୍ଥନା କକ୍ଷ ହେବ ବୋଲି ଚିହ୍ନଟ କରାଯାଇଛି। ପୂର୍ବରୁ ୨/୩ଟି ସ୍ଥାନକୁ ଏଥିପାଇଁ ଚିହ୍ନଟ କରାଯାଇଥିଲା। ହେଲେ ଏବେ ଏହି ସ୍ଥାନକୁ ଡିପିଆରରେ ଚିହ୍ନଟ କରାଯାଇଛି। 

୫୫ ମିଟର ରାସ୍ତାରେ ମିନି ମେଘନାଦ ପାଚେରୀ ନିର୍ମାଣ ପରେ ୨୦ ମିଟର ଜାଗା ରହିବ ସର୍ବସାଧାରଣଙ୍କ ଯାତାୟାତ ପାଇଁ। ତା ପରେ ବ୍ୟାଟେରି ଅଟୋ ବୁଲିବା ପାଇଁ ୭ ମିଟରର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ୩ ଦ୍ୱାର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାରରେ ସେବାୟତଙ୍କ ପାଇଁ ଟଏଲେଟ ନିର୍ମାଣ କରାଯାଉଛି। ଏଥିପାଇଁ ଏଏନଏମ ଅନୁମତି ଦେଇଛନ୍ତି। ଏହାବ୍ୟତୀତ ମହିଳା ଓ ପୁରୁଷ ମାନଙ୍କ ପାଇଁ ମଧ୍ୟ ଟଏଲେଟ ନିର୍ମାଣ କରାଯିବ।

Advertisment

(ରିପୋର୍ଟ-ମଧୁସୂଦନ ମିଶ୍ର ,ପୁରୀ)

Srimandir Puri Srimandir Srimandir Corridor Project Srimandir Corridor Project Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ