Advertisment

ସରିଲା ଅଙ୍କୁରାରୋପଣ ବିଧି, କାଲି ଅଙ୍କୁରପୂଜନ ସହ ହେବ ଯଜ୍ଞ ଅଧିବାସ

ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ । ଏ

undefined

Parikrama Prakalpa

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଆଉ ମାତ୍ର ୩ ଦିନ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି ପର୍ବ। ଗତକାଲି ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟ ବରଣ ସହ ଗୁଆଟେକା ପରେ ଆଜି ହୋଇଛି ଅଙ୍କୁରାରୋପଣ ନୀତି। ଏସବୁ ଭିତରେ ଲୋକାର୍ପଣ ଉତ୍ସବ ପାଇଁ ଆସୁଥିବା ଦେଶ ବିଦେଶର ନିମନ୍ତ୍ରିତ ଅତିଥିଙ୍କୁ କେମିତି ଦିଆଯିବ ଆତିଥ୍ୟ, ତାକୁ ନେଇ ମନ୍ଦିର ପ୍ରଶାସନ ଜାରି ରଖିଛି କସରତ।

Advertisment

ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ । ଏଥିପାଇଁ ଆଜି ସମାପନ ହୋଇଛି ଅଙ୍କୁରାରୋପଣ ବିଧି। ଗତକାଲି ମଙ୍ଗଳାରୋପଣ ପରେ ପରେ ଗଜପତି ମହାରାଜା ଶ୍ରୀନଅରରେ ଯଜ୍ଞ ପାଇଁ ଗୁଆ ଟେକି ଆଚାର୍ଯ୍ୟବରଣ କରିଥିଲେ। ଆଜି ପ୍ରଚାରକ, ଉପ ପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଗଜପତିଙ୍କ ପ୍ରତିନିଧି ପ୍ରମୁଖ ଅଙ୍କୁରାରୋପଣ ଗୃହରେ ତ୍ରିଦେବ ତଥା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଆବାହନ କରି ଅଙ୍କୁରାରୋପଣ ବିଧି ସମାପନ କରିଥିଲେ। ଆସନ୍ତାକାଲି ଆରମ୍ଭ ହୋଇଯିବ ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜା ଓ ତୋରଣସ୍ଥାପନ।

ଗୋଟିଏ ପଟେ ନୀତିକାନ୍ତି, ଅନ୍ୟପଟେ ନିମନ୍ତ୍ରିତ ଅତିଥିଙ୍କୁ ଆତିଥ୍ୟ ପାଇଁ ଚିନ୍ତା। କାରଣ ଭାରତର କୋଣ ଅନୁକୋଣରୁ ଆସୁଛନ୍ତି ବିଶିଷ୍ଟ ଅତିଥି। ୧୨ ଗୋଟି ଜ୍ୟୋତିର୍ଲିଙ୍ଗ ମନ୍ଦିରର ପୂଜକ, ନେପାଳର ପଶୁପତିନାଥ ମନ୍ଦିରର ପୂଜକ ଓ ରାଜାଙ୍କ ପ୍ରତିନିଧି ସମେତ ପ୍ରାୟ ୭୦ରୁ ୮୦ଜଣ ବ୍ୟକ୍ତି ଆସିବା ପାଇଁ ସ୍ୱୀକୃତି ଦେଇଛନ୍ତି। କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ଦେବାଳୟରୁ ୧୫୦ରୁ ଅଧିକ ଅତିଥି ଆସିବେ। ଆଉ ସମସ୍ତ ଅତିଥିଙ୍କ ପାଇଁ ନୀଳାଦ୍ରି ନିବାସ, ପୁରୁଷୋତ୍ତମ ଭକ୍ତ ନିବାସ, ବୃନ୍ଦାବତୀ ଭକ୍ତ ନିବାସ, ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସ ସହ ବିଭିନ୍ନ ହୋଟେଲକୁ ବୁକ୍ କରାଯାଇଛି।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଆଉ ମାତ୍ର ୩ ଦିନ। ଦୀର୍ଘଦିନ ଧରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରି ବି ଏଯାଏଁ ଶତ ପ୍ରତିଶତ ସରିପାରିନି ଶ୍ରୀସେତୁ ଠାରୁ ଶ୍ରୀଦାଣ୍ଡ ଓ ପରିକ୍ରମା ପ୍ରକଳ୍ପର କିଛି କାମ। ତଥାପି ପ୍ରଶାସନ କହିଛି, ଖୁବଶୀଘ୍ର ସରିଯିବ। ଶ୍ରୀ ସେତୁଠାରୁ ଶ୍ରୀଦାଣ୍ଡ ଓ ଦୋଳବେଦି କୋଣ ଯାଏଁ କେମିତି ରହିବ ସୁରକ୍ଷା ଏବଂ ଗମନାଗମନ ବ୍ୟବସ୍ଥା, ସେନେଇ ଆସନ୍ତାକାଲି ନଚେତ୍ ପରଦିନ ପୋଲିସ ପ୍ରଶାସନ ପକ୍ଷରୁ ମକଡ୍ରିଲ୍ କରାଯିବ ବୋଲି ପୁରୀ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗୋଟିଏ ପଟେ ରହିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପଥର, ଆଉ ଲୋକାର୍ପଣ ହେବାକୁ ଥିବା ପଥର। ଦରଜି ସେବାୟତଙ୍କ ଦ୍ୱାରା ଲୋକାର୍ପଣ ପଥରର ସରିଛି ମାପଚୁପ। ୧୪ ଫୁଟ୍ ଗୋଲେଇ ଏବଂ ୫ ଫୁଟ ଲମ୍ବର ଏହି ପଥରକୁ ସଜ୍ଜିତ କରି ଏଠାରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ।

Advertisment
Srimandir Srimandir Parikrama Project Puri Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ