Advertisment

୩ ମଣିଷକୁ ମାରି ନିଜେ ମଲା ଭାଲୁ

ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ

ଅଦ୍ୟତନ ହୋଇଛି
Bear Attack

Bear Attack

Advertisment

ଭାଲୁ ଆକ୍ରମଣରେ ୩ ମୃତ, ୨ ଗୁରୁତର। ନୂଆପଡ଼ା ଜିଲ୍ଲା ଲଖ୍‌ନା ଥାନା ସମରସିଂ ଗାଁ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସକାଳୁ ବିଲକୁ କାମ ପାଇଁ ଯାଇଥିବା ୩ ଜଣ ବ୍ୟକ୍ତିଙ୍କ ଭାଲୁ ଆକ୍ରମଣରେ ଜୀବନ ଯାଇଛି। 

Advertisment

ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ୩ ଜଣଙ୍କୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ। ତେବେ ଖୋଜିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଆଉ ୨ ଗୁରୁତର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ମିଳିତ ଆକ୍ରମଣରେ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଜଙ୍ଗଲରୁ କାଠ ଆଣିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଖଡ଼ିଆଳ ଡିଏଫଓ ସୁଶୀଲ କୁମାର ତ୍ରିପାଠୀ କହିଛନ୍ତି।

Bear Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ