Advertisment

ଭୁବନେଶ୍ୱରରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ରାଲି

ସରକାରଙ୍କ ଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲେ।

ଅଦ୍ୟତନ ହୋଇଛି
Anganwadi worker Protest

Anganwadi worker Protest

Advertisment

ଭୁବନେଶ୍ୱରରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ରାଲି। ପିଏମଜିରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଏହି ବିଶାଳ ରାଲି ଯାଇଥିଲା। ଦାବି ପୂରଣ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ନବୀନ ନିବାସ ଚାଲ ଅଭିଯାନର ଆୟୋଜନ କରିଥିଲେ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଙ୍ଗନଓ୍ବାଡି କର୍ମୀମାନେ ଆଜି ଆସି ରାଜଧାନୀରେ ପହଞ୍ଚିଥିଲେ।

Advertisment

ତେବେ ନବୀନ ନିବାସ ଆଡ଼କୁ ଅଗ୍ରସର ହେବା ବେଳେ ରାଜମହଲ ଛକଠାରେ ରାସ୍ତାରେ ସେମାନଙ୍କୁ ପୋଲିସ ଅଟକାଇଥିଲା। ୮ ଦଫା ଦାବିରେ ଆଜିକୁ ୪୬ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି ଅଙ୍ଗନବାଡ଼ି କର୍ମୀ।

ତେବେ ସରକାରଙ୍କ ଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲେ। ତେବେ ଏକ ୮ ଜଣିଆ ପ୍ରତିନିଧି ଦଳକୁ ସେଠାରୁ ଆଲୋଚନା ପାଇଁ ନବୀନ ନିବାସ ନିଆଯାଇଛି। ବିଭିନ୍ନ ବର୍ଗର ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି, ସରକାରୀ ଚକିରି ମାନ୍ୟତା, ୬ ଜଣ ନିଲମ୍ବିତ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଛନ୍ତି। 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ