Advertisment

ଗୋଡ଼ ବୁଲେଇବାକୁ ଜାଗା ନାହିଁ, ଗୋଟିଏ ଘରେ ରୋଷେଇ ସାଙ୍ଗକୁ ପାଠପଢ଼ା

ଚିର ମରୁଡି ପ୍ରପିଡିତ ଏବଂ ଅର୍ଦ୍ଧ ବିକଶିତ ଅଞ୍ଚଳ ପଦ୍ମପୁରରେ ସରକାରୀ ଯୋଜନା କେବଳ କାଗଜ ପତ୍ରରେ ଦେଖିବାକୁ ମିଳେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପଦ୍ମପୁର ବିଜ୍ଞାପିତ ଅଂଚଳର ଓ୍ୱାର୍ଡ ନମ୍ବର ୨ ରେ ଚାଲୁଥିବା ଏକ ଅଙ୍ଗନବାଡି କେନ୍ଦ୍ର ।

author-image
Otv Khabar Bureau
Anganwadi In Rent House

Anganwadi In Rent House

ସରକାର ଶିଶୁ ଓ ପ୍ରସୂତିଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ କରୁଥିବା ବେଳେ ଯୋଜନାକୁ କାର୍ଯ୍ୟକାରି କରିବା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । କିନ୍ତୁ ଗ୍ରାଉଣ୍ଡ ଜିରୋରେ ଫେଲ ମାରୁଛି ସବୁ ଯୋଜନା । ପଦ୍ମପୁର ବିଜ୍ଞାପିତ ଅଞ୍ଚଳର ୱାଡ ନମ୍ବର ୨ ରେ ଗତ ୧୩ ବର୍ଷ ହେଲା ଭଡା ଘରେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର ।

Advertisment

ଚିର ମରୁଡି ପ୍ରପିଡିତ ଏବଂ ଅର୍ଦ୍ଧ ବିକଶିତ ଅଞ୍ଚଳ ପଦ୍ମପୁରରେ ସରକାରୀ ଯୋଜନା କେବଳ କାଗଜ ପତ୍ରରେ ଦେଖିବାକୁ ମିଳେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପଦ୍ମପୁର ବିଜ୍ଞାପିତ ଅଂଚଳର ଓ୍ୱାର୍ଡ ନମ୍ବର ୨ ରେ ଚାଲୁଥିବା ଏକ ଅଙ୍ଗନବାଡି କେନ୍ଦ୍ର । ସରକାର କୋମଳ ମତି ଶିଶୁ ମାନଙ୍କର ଶିକ୍ଷା ଗ୍ରହଣ ପୁର୍ବରୁ ତାଙ୍କର ଉଚ୍ଚିତ ପୋଷଣ ସହ ଜ୍ଞାନ କୌଶଳର ବିକାଶ ପାଇଁ ଅଙ୍ଗନବାଡି ଯୋଜନାର ଆରମ୍ଭ କରିଥିଲେ । ହେଲେ ଏହାକୁ ଉଚିତ ରୁପ ଦେବା ପାଇଁ ନିର୍ମାଣ ହେଉଥିବା ଅଙ୍ଗନବାଡି କେନ୍ଦ୍ର ମାନ କେଉଁଠି ଅଧା ହୋଇ ପଡିଛି ତ କେଉଁଠି ଭଡା ଘରେ ଚାଲୁଛି ।

ଗତ ୧୩ ବର୍ଷ ହେବ ପଦ୍ମପୁର ଓ୍ୱାର୍ଡ ନମ୍ବର ୦୨ ର ଅଙ୍ଗନବାଡି କେନ୍ଦ୍ର କୋଠା ନଥିବା ରୁ ଏକ ଛୋଟିଆ ଭଡାଘରେ ପାଠପଢ଼ା ଚାଲିଛି । ଗୋଡ ବୁଲାଇବା ପାଇଁ ଜାଗା ନଥିବା ଏକ କଠୋରି ଭିତରେ ଦେଶର ଭବିଷ୍ୟତର ମୁଳଦୁଆ ଦିଆଯାଉଛି ଏବଂ ଏନେଇ ଅସନ୍ତୁଷ୍ଟ ଅଭିଭାବକ ଏବଂ ସ୍ଥାନୀୟ ଲୋକେ ।

Advertisment

କେବଳ ଏତିକି ନୁହେଁ, ବରଂ କୌଣସି ଉପାୟ ନଥିବାରୁ ଠିକ ଭାବରେ ଛିଡା ହେବା ପାଇଁ ଜାଗା ନଥିବା କୋଠରୀରେ ବହୁକଷ୍ଟରେ ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେବା ସହ, ପ୍ରସୂତି ମାନଙ୍କ ପୋଷଣ ତଥା ଉଚ୍ଚିତ ଦେଖାରେଖା ପାଇଁ ମଧ୍ୟ ଅଙ୍ଗନବାଡି କର୍ମିଙ୍କୁ ନ୍ୟସ୍ତ କରାଯାଇଥିବାରୁ ବାଧ୍ୟ ହେଇ ସେହି ଘରେ କାର୍ଯ୍ୟ ଚଳାଯାଉଛି ।

ଅନ୍ୟ ପଟେ ଅଙ୍ଗନବାଡି କର୍ମୀଙ୍କ  ଅଭିଯୋଗ ଯେ, ଏହି ଓ୍ୱାର୍ଡ ପଦ୍ମପୁରର ଅନ୍ୟ ୱାର୍ଡ ମାନଙ୍କ ଅପେକ୍ଷା ବଡ ଓ ଅଧିକ ଜନ ସଂଖ୍ୟା ବିଶିଷ୍ଟ ହୋଇଥିବା ବେଳେ ବାରମ୍ବାର ଅଭଯୋଗ ସତ୍ୱେ ମଧ୍ୟ ସରକାର ଶୁଣୁନାହାନ୍ତି । ଅନ୍ୟ ପକ୍ଷରେ ଏନେଇ ସ୍ଥାନୀୟ କାଉନ୍‌ସିଲର୍‌, ସାଂସଦ ପ୍ରତିନିଧି ତଥା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦିଆଯାଇଥିବା ବେଳେ, ଫଣ୍ଡ ଆସିଛି କିନ୍ତୁ ବର୍ତ୍ତମାନ ଯାଏଁ ସରକାରୀ ଯାଗା ନମିଳିବାରୁ ଅଙ୍ଗନବାଡି କୋଠା ନିର୍ମାଣ ହୋଇ ପାରିନଥିବା କହିଛନ୍ତି ପଦ୍ମପୁର ଶିଶୁ ବିକାଶ ଯୋଜନା ଅଧିକାରୀ ।

Anganwadi In Rent House
Advertisment
Advertisment