Advertisment

ଓଡ଼ିଶାରେ ବିକ୍ରି ହେଉଛି ଆନ୍ଧ୍ରର ସରକାରୀ କ୍ଷୀର

ବିକ୍ରି ପାଇଁ ଉଦ୍ଦିଷ୍ଟ ନଥିବା କ୍ଷୀର ପ୍ୟାକେଟ ଉପରେ ସ୍ପଷ୍ଟ ଭାବେ ଲେଖା ଥିବା ସତ୍ତ୍ବେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି କଳାବେପାରୀ।

ଅଦ୍ୟତନ ହୋଇଛି
Andhra Milk sale in Odisha

Andhra Milk sale in Odisha

Advertisment

ଭୁବନେଶ୍ୱର: ଓଡ଼ିଶାରେ ବିକ୍ରି ହେଉଛି ଆନ୍ଧ୍ରର ସରକାରୀ କ୍ଷୀର। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଯାଉଥିବା ମାଗଣା କ୍ଷୀରକୁ କୋରାପୁଟ ପଟାଙ୍ଗୀରେ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ। ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଂଚଳରେ। ଆନ୍ଧ୍ର ସରକାର ନିଜ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଛୋଟ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ମାଗଣାରେ କ୍ଷୀର ଦେଉଥିବା ବେଳେ ସୀମା ଡେଇଁ ପଡୋଶୀ ରାଜ୍ୟକୁ ଆସି ସେହି କ୍ଷୀର ଲିଟର ପିଛା ୪୦ ଟଙ୍କାରେ ବିକ୍ରି ହେଉଛି।

Advertisment

ବିକ୍ରି ପାଇଁ ଉଦ୍ଦିଷ୍ଟ ନଥିବା କ୍ଷୀର ପ୍ୟାକେଟ ଉପରେ ସ୍ପଷ୍ଟ ଭାବେ ଲେଖା ଥିବା ସତ୍ତ୍ବେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି କଳାବେପାରୀ। ଏପରି ବିକ୍ରି ଚାଲିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ନଜରକୁ ଆସିଛି।

ଓଡ଼ିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ପକ୍ଷରୁ ଉଦ୍ୟମ ଚାଲିଛି। ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଥିବା ବିବାଦର ସମାଧାନ ପାଇଁ କମିଟି ଗଠନ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। ଏଥିରେ ମୋଟ ୮ ଜଣ ପ୍ରଶାସନିକ ଅଧିକାରୀଙ୍କୁ ସାମିଲ କରାଯାଇଛି। କିନ୍ତୁ ତଥାପି ଆନ୍ଧ୍ର ମନମାନୀ ବଢିବାରେ ଲାଗିଛି। 

Advertisment
Odisha Koraput Andhra Milk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ