Advertisment

ସୁନାବେଡା ଜଙ୍ଗଲ ଜମିକୁ ନେଇ କୁହୁଳୁଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ

କୁହୁଳିବାରେ ଲାଗିଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ।ସୁନାବେଡା ଜଙ୍ଗଲ ଜମିକୁ ନେଇ କୁହୁଳୁଛି ସୀମା ବିବାଦ । ସୀମାକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ଉପ ଜିଲ୍ଲାପାଳ ।

Andhra Pradesh-Odisha border dispute

Andhra Pradesh-Odisha border dispute

Advertisment

କୋରାପୁଟ ପଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡାରେ ଜଙ୍ଗଲ ଜମିକୁ ନେଇ ଲାଗି ରହିଥିବା ସୀମା ବିବାଦ କୁହୁଳିବାରେ ଲାଗିଛି । ଏବେ ବି ଚାପା ଉତ୍ତେଜନା ଲାଗିରହିଛି । ସଂପୃକ୍ତ ଇଲାକାରୋ ଆଜି ସୀମାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋରାପୁଟ ଉପଜିଲ୍ଲାପାଳ ତାଙ୍କ ସହ ପଟାଙ୍ଗି ଜୋନ୍-୨ର ଜିଲ୍ଲା ପରିଷଦ ସଭ୍ୟ ଲଇଛନ ଖରା, ସମ୍ବାଇ ସରପଞ୍ଚ କିଶୋର ଖରା, ପଟାଙ୍ଗି ତହସିଲ କର୍ମଚାରୀ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ନଜର ରଖିଛନ୍ତି ।

Advertisment

ଗତ କିଛି ଦିନ ତଳେ ଆନ୍ଧ୍ରର ଡୁମୁରିଗୁଡ଼ା ମଣ୍ଡଳର କୋଲାପୁଟ ପଞ୍ଚାୟତ ଡେକାପାରୁ ଗାଁ ଲୋକେ ଓଡିଶା ଭିତରେ ପଶି ଜମି ଦଖଲ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଉତ୍ତେଜନା ଦେଖାଦେଇଥିଲା ।ଏପରିକି ଆନ୍ଧ୍ର ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥଲେ ଜଣେ ବ୍ୟକ୍ତି ।୨ ଆକ୍ରମଣକାରୀଙ୍କ ବିରୋଧରେ ପଟାଙ୍ଗି ଥାନାରେ ମାମଲା ରୁଜୁ ବି ହୋଇଛି ।

Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ