Advertisment

ଦୁଃଖ ବୁଝିପାରିଲେ ଆନନ୍ଦ ମହିନ୍ଦ୍ରା

ବାପାଙ୍କୁ ହରାଇ ରେସ୍ତୋରାଁ ଚଳାଉଥିଲେ ଦୁଇ ଭାଇ। ଦୁଃଖ ବୁଝିପାରିଲେ ଆନନ୍ଦ ମହିନ୍ଦ୍ରା । କହିଲେ, ତୁମେ ମାନେ ବହୁତ ସାହାସୀ। ଜମା ବି ବ୍ୟସ୍ତ ହୁଅ ନାହିଁ। ଏମିତିକି ଯେବେ ବି ଅମୃତ ସହର ଯିବି ତୁମ ମାନଙ୍କ ରେସ୍ତୋରାଁକୁ ଖାଇବାକୁ ନିଶ୍ଚୟ ଯିବି ବୋଲି ଆନନ୍ଦ କହିଛନ୍ତି। ଆଉ ଏହି ଭିଡ଼ିଓକୁ ନିଜ ଅଫିସିଆଲ ଟ୍ୱିଟ୍‌ର ପେଜରେ ସେୟାର କରିଛନ୍ତି। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲଛି।

ଅଦ୍ୟତନ ହୋଇଛି
Ananda mahindra

Ananda mahindra

Advertisment

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ନିଜର ଦୟାଳୁ ଭାବନା ପାଇଁ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଚର୍ଚ୍ଚାରେ ରହିଥାଆନ୍ତି। କାରଣ ଯଦି କୌଣସି ବ୍ୟକ୍ତିର କଷ୍ଟ ତାଙ୍କ ନଜରରେ ଆସେ ସେ ତତ୍‌କ୍ଷଣାତ୍‌ ସେହି ଲୋକ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବା ସହ ସାହାଯ୍ୟର ପ୍ରତିଶ୍ରୁତି ଦିଅନ୍ତି। ଆଉ ଠିକ୍‌ ଏମିତି ଘଟଣା ଘଟିଛି ପଂଜାବର ଅମୃତ ସହରରେ।

Advertisment

ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଥିବା ଏହି ଭିଡ଼ିଓକୁ ଦେଖି ଭାବବିହ୍ୱଳ ହେବା ସହ ୧୭ବର୍ଷର ଜଶନଦୀପ ସିଂ ଏବଂ ୧୧ ବର୍ଷିୟ ଅନଶଦୀପ ସିଂ ବାପାଙ୍କୁ ହରାଇ ରେସ୍ତୋରାଁ ଚଳାଉଥିବା କଥା ଜାଣିବାକୁ ପାଇଥିଲେ। ଏବଂ ସେମାନେ କେମିତି ଅଛନ୍ତି ବର୍ତ୍ତମାନ ସେନେଇ ମଧ୍ୟ ଖବର ସଂଗ୍ରହ କରିଥିଲେ। ଏହାସହ ,ଏ ଯେବେ ଯେବେ ଅମୃତ ସହର ଯିବେ ନିଶ୍ଚିତ ଏହି ପିଲାଙ୍କ ରେସ୍ତୋରାଁରେ ଖାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କିଛିଦିନ ତଳେ ଅମୃତସର ୱାର୍କିଂ ଟୁର୍ସ ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ୍ ହୋଇଥିଲା । ଏହି ଭିଡିଓରେ ୧୭ବର୍ଷର ଜଶନଦୀପ ସିଂ ଏବଂ ୧୧ ବର୍ଷିୟ ଅନଶଦୀପ ସିଂଙ୍କ କାହାଣୀ ଉଲ୍ଳେଖ ରହିଛି। ଦୁହେଁ ଅମୃତସରରେ ଟପ ଗ୍ରିଲ ନାମରେ ଏକ ରେସ୍ତୋରାଁ ଚଳାଉଛନ୍ତି। କିନ୍ତୁ ଏତେ କମ୍‌ ବୟସରେ ରେସ୍ତୋରାଁ ଚଳାଉଥିବାରୁ ଭଡ଼ା ଦେବାରେ ଅସୁବିଧା ହେଉଛି। ଏମିତିକି ନିଜ ରେସ୍ତୋରାଁକୁ ଖାଇବାକୁ ଆସିବା ପାଇଁ ଦୁଇ ଭାଇ ନିବେଦନ କରୁଥିବା ଦେଖାଯାଉଛି।

Advertisment

ତେବେ ଏହି ୧୧ ବର୍ଷ ନିରୀହ ବାଳକର କଥା ଶୁଣି ଆନନ୍ଦ ମହିନ୍ଦ୍ରା ଏକ ହୃଦୟସ୍ପର୍ଶୀ ଉତ୍ତର ଦେଇଛନ୍ତି । କହିଛନ୍ତି ମୋ ପ୍ରିୟ ସହର ଅମୃତ ସହର। ସେଠାରେ ମତେ ଜଲପି ଖାଇବାକୁ ବହୁତ ଭଲ ଲାଗେ। କିନ୍ତୁ ଏବେ ଜଲପି ଖାଇବା ସହ ଏହି ଦୁଇ ଭାଇଙ୍କ ରେସ୍ତୋରାଁରେ ନିଶ୍ଚିତ ଖାଇବି ବୋଲି ଆନନ୍ଦ କହିଛନ୍ତି।

Anand Mahindra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ