ହଠାତ୍ ଆକାଶରୁ ଖସିଲା ଅଜଣା ବସ୍ତୁ, ଲୋକେ ଆତଙ୍କିତ

ଏହି ଡିଭାଇସରେ ଏକ ଲାଲ ଲାଇଟ୍ ଜଳୁଥିଲା । ଏଥିରେ ଏକ ବେଲୁନ ମଧ୍ୟ ବନ୍ଧା ଯାଇଥିଲା । ଯେଉଁଥିରେ ମେଡ୍ ଇନ୍ କୋରିଆ ଲେଖା ଯାଇଥିଲା ।

ଆକାଶରୁ ଖସିଲା ଅଜଣା ବସ୍ତୁ

ଆକାଶରୁ ପଡିଲା ଏକ ଅଜଣା ଡିଭାଇସ୍ । ଅଜଣା ଡିଭାଇସରେ ଲାଲ ଲାଇଟ୍ ଜଳୁଥିଲା। ଏହାକୁ ଦେଖି ଲୋକେ ଆତଙ୍କିତ ହୋଇ ପଡି ଥିଲେ । ନୂଆପଡା ଜିଲ୍ଲା କୋମନା ଥାନା ନାଏକପଡା ଗାଁ ନିକଟ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଥିଲା ଏହି ଅଜଣା ଜିନିଷ।

ଗତକାଲି ରାତି ପ୍ରାୟ ୭ଟା ସମୟରେ ଆକାଶରୁ ଏକ ଅଜଣା ଡିଭାଇସ୍ ପଡିଥିଲା । ଏହି ଡିଭାଇସରେ ଏକ ଲାଲ ଲାଇଟ୍ ଜଳୁଥିଲା । ଏଥିରେ ଏକ ବେଲୁନ ମଧ୍ୟ ବନ୍ଧା ଯାଇଥିଲା । ଯେଉଁଥିରେ ମେଡ୍ ଇନ୍ କୋରିଆ ଲେଖା ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଆତଙ୍କିତ ହୋଇପଡିଥିଲେ। ସଂଗେସଂଗେ କୋମନା ଥାନା ଓ ତରବୋଡ ଫାଣ୍ଡିକୁ ଜଣାଇ ଥିଲେ ।

ପରେ ନୂଆପଡ଼ାରୁ ବମ୍ ରିଫ୍ୟୁଜ୍ ସ୍କ୍ୱାଡ ଆସି ଏହି ଡିଭାଇସକୁ ନେଇଯାଇଥିଲେ । ତେବେ ଏହା ୱେଦର କାଷ୍ଟିଙ୍ଗ ମେସିନ ବୋଲି ପ୍ରାଥମିକ ସୂତ୍ରରୁ ଜଣା ପଡିଛି। କିନ୍ତୁ କୋରିଆ ତିଆରି ଡିଭାଇସ୍ ହୋଇଥିବାରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି ।